Latest Odisha News

BREAKING NEWS

ଭାଷା ଭାଗବତ : ପଣ୍ୟ ପୁସ୍ତକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ

ଯଂତ୍ର ପରି କଲେ ଲିଖନ
ହାତକୁ ଆସିଥାଏ ଧନ
ଲକ୍ଷ୍ମୀଂକ ପ୍ରଧାନ ପୂଜକ
ବୋଲାଂତି ବିଶିଷ୍ଟ ଲେଖକ

କୁଟୀରବାସୀ ହେଲେ କବି
ପାରେ ସଂସାର କଥା ଭାବି
ଥିଲେ ହେଁ ଅସଂଖ୍ୟ ପ୍ରମାଣ
ଲୋକେ କରଂତି ପ୍ରତ୍ୟାଖ୍ୟାନ

ଅଭ୍ୟାସ-ଚାଳିତ ଲେଖକ
କାଗଜ ସାରି ଥାକ ଥାକ
ଗୋଟେ ବିଷୟ ବାରଂବାର
ଲେଖଂତି ହୋଇ ହରବର

ମୁଦ୍ରାଯଂତ୍ରକୁ ଦେଇ ଚରା
ହୁଅଂତି ଯେଣୁ ଆତ୍ମହରା
ତାଂକର ଶବ୍ଦର ପସରା
ହେଉଛି ସହଜେ ପାସୋରା

ପୁସ୍ତକ ହେଲେ ହେଁ ମୁଦ୍ରିତ
ସଭାମଂଚରେ ଲୋକାର୍ପିତ
ବଂଧୁ ମହଲେ ବିତରିତ
ହେବାରୁ ହୁଏ ଅଂତର୍ହିତ

ହାତରୁ ଟଂକା ଖର୍ଚ କରି
ଯେ ହୁଏ ଯଶର ଭିକାରି
ତାହାର ଏହି ମନୋବୃତ୍ତି
କରେ ଭାଷାର ବହୁ କ୍ଷତି

ଏବେ ତ ସଂଖ୍ୟାଧିକ ଲୋକ
ହେଲେଣି କର୍ତାର ସ୍ତାବକ
ତେଣୁ କୃତି ରହିଛି ଲୁଚି
ଆଗ୍ରହୀ ପାଠକ ଖୋଜୁଛି

ପୁସ୍ତକ ହେଲେ ଥରେ ପଣ୍ୟ
ସାହିତ୍ୟ ହୁଅଇ ନଗଣ୍ୟ
ବିକ୍ରିବଟା ହିଁ ମୁଖ୍ଯ କଥା
ହେବାରୁ ଘଟେ ଦୁରବସ୍ଥା

Leave A Reply

Your email address will not be published.