ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ମଣିଷ ନ କଲେ ବି ପାପ
ବଇରି କରେ ପାପାରୋପ
କଲେ ହେଁ ପାପ ପ୍ରକ୍ଷାଳନ
ପାପ କି ହୋଇଛି ନିଶ୍ଚିହ୍ନ ?
ପାପୀ ଜିଏଁ ଓ ପାପୀ ମରେ
ପାପ ତ ଥାଏ ସବୁଠାରେ
ପାପର ସଂପୂର୍ଣ ବିନାଶ
ପ୍ରୟାସ ହୋଇନାହିଁ ଶେଷ
ଦୋଷ, ଖିଲାପ, ଅପରାଧ
ଏଯାଏଁ ଚଳେ ନିର୍ବିରୋଧ
ପାପ ଏ ସବୁଠାରୁ ବଡ଼
କେବଳ ଲେଉଟାଏ କଡ଼
ଏବେ ଏଠି ତ ପୁଣି ସେଠି
ପାପ ତ ଦିଶଇ ସବୁଠି
ସାମାନ୍ୟ ହସି ମାଗ କ୍ଷମା
ପାପ ଧରିବେନାହିଁ ଜମା
ଏପରି ଆମର ଠାକୁର
ନୁହଂତି ଆଦୌ ଅନୁଦାର
ଅନୁଗ୍ରହ ଓ କୃପା ବୃଷ୍ଟି
କରି ସଂଭାଳିଥାଂତି ସୃଷ୍ଟି
ଝର, କୁଂଡ ଓ ଜଳାଶୟ
କରଂତି ସବୁ ପାପ କ୍ଷୟ
ଆମର ଏପରି ବିଶ୍ବାସ
ଜାଣି ବିସ୍ମିତ ହୁଏ ବିଶ୍ବ
ନିଶ୍ଚିଂତ ହୋଇ ପାପ କାମ
କରୁଥିଲେଁ ହେଁ ଅବିରାମ
ମିଳେନି ତହିଁରୁ କୁଫଳ
ଧନାଢ୍ୟ ଏଠି ପାପୀ କୁଳ
ଅଭ୍ୟାସ-ଆଶ୍ରିତ ଧାରଣା
ଦ୍ବାରା ଯେ ହୋଇଥାଏ ଟଣା
ତାହାର ଅପ୍ରତ୍ୟକ୍ଷ ଜ୍ଞାନ
ଥିବା କି ନ ଥିବା ସମାନ
ଶୁଣିଲେ ଚେତାବନୀ, ଗାଳି
ଜଣେ ବି ଯାଏନି ବଦଳି
ବାଂଝ ହୋଇଲେ ଅଭିଶାପ
ପାପାଦି ଦେଖାଂତି ପ୍ରକୋପ
ସୁପ୍ରମାଣିତ ବାସ୍ତବତା
ସହିତ ଯୋଡ଼ି ନାନା କଥା
ଜ୍ଞାନକୁ ଭଂଡିଲେ ଜନତା
ସତ୍ୟ ହରାଏ ନିଜ ସତ୍ତା
Comments are closed.