ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
‘ ଭଲ ହୋଇଛି ‘ ଠାରୁ ବେଶି
ମତ ପାଇଲେ ହେଉଁ ଖୁସି
ଲୋଡ଼ୁଛୁଁ ସର୍ବ ସହଯୋଗ
ଅସହନୀୟ ଏ ଦୁର୍ଯୋଗ
ସବୁ ସୁବିଧା ଥାଇ ସୁଦ୍ଧା
କିଏ ଦିଏ କାହାକୁ ବାଧା ?
ପରିବ୍ୟାପ୍ତ ଏ ନିଷ୍କ୍ରିୟତା
ନିର୍ମୂଳ କରିପାରେ ସତ୍ତା
କଥା ଚଳାଉଁ ଅତି ବେଶି
ଲେଖା ବେଳକୁ ଯାଉଁ ଖସି
ସୁବିଧାପ୍ରଦ ଏ ଅଭ୍ୟାସ
କରିବ ଭାଷାର ବିନାଶ
ନ ଥିଲେ ଲିଖିତ ପ୍ରମାଣ
କେ କିଆଁ କରିବେ ଗ୍ରହଣ
ଆମର ଭାଷାର ଅସ୍ତିତ୍ୱ ?
ଏ ପ୍ରଶ୍ନ ହେଉ ବିବେଚିତ
କରିଲେ ଭାଷଣ ଶ୍ରବଣ
ତୃପ୍ତ ହେଲେ ହେଁ କାନ, ମନ
ଏହା ତ ନୁହେ ଅଧ୍ୟୟନ
ବୁଝଂତୁ ଏବେ ବିଜ୍ଞ ଜନ
ଲେଖି ନ ରଖେ ଯେଉଁ ଜାତି
ତା’ର ନିଶ୍ଚିତ କ୍ରମୋନ୍ନତି
ହେବା ତ ଅଟେ ଅସଂଭବ
ଏ ସତ୍ୟ କରୁଁ ଅନୁଭବ
ଆମେ ନ କଲେ ଆମ କାମ
ଲୋଡ଼ିଲେ କେବଳ ଆରାମ
କାଳ କାଟିବା ଶୋଇ, ଶୋଇ
କେବେ ବି କିଛି ହେବନାହିଁ
ସ୍ବପ୍ନାଚ୍ଛନ୍ନ ନ ହେଲେ ମନ
ଦୁଃସହ ମଣିଷ ଜୀବନ
ରହିଲେ ସଦା ସଚେତନ
ନିଶ୍ଚୟ ଆସେ ଭଲ ଦିନ
ଉନ୍ନତ ହେଲେ ବହୁ ବ୍ୟକ୍ତି
ସ୍ବତଃ ଉନ୍ନତ ହୁଏ ଜାତି
ଏହା ତ ସଂସାରର ରୀତି
କିପାଇଁ କରିବା ଆପତ୍ତି
କରିଲେ ଚଂଚଳ ନିଷ୍ପତ୍ତି
ବଦଳେ ପ୍ରଗତିର ଗତି
କର୍ତବ୍ୟ ହେଲେ ବିଳଂବିତ
ଭାଷା ହୁଏନି ସମାଦୃତ
Comments are closed.