Latest Odisha News

ଭାଷା ଭାଗବତ : କଥା ନିୟଂତ୍ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୭୯

 

କଥା କହିଲେ ଅନର୍ଗଳ
ଅବଶ୍ଯ ଉପୁଜେ କଂଦଳ
କଥା କହିଲେ ମାପିଚୁପି
ନିଷ୍ଫଳ ହୁଏନି କଦାପି

ଭାବନା ଯାଏ ଯହିଁ ବ୍ୟାପି
ଚେତନା ହୁଏ ବହୁମୁଖୀ
କଳ୍ପନା ହୁଏ ବହୁରୂପୀ
ଉଦ୍ଦେଶ୍ଯ ରହେନାହିଁ ଛପି

ଭାଷାର ପ୍ରବହମାନତା
ସଂଭାଳି ରଖେ ଗୁଣବତ୍ତା
ଭାଷୀଏ ରଖି ସୁସଂପର୍କ
ହୁଅଂତି ସଂସ୍କୃତି ବାହକ

କରିବା ଆତ୍ମନିୟଂତ୍ରଣ
ହେବାନି ବିଲୋପ କାରଣ

Comments are closed.