Latest Odisha News

BREAKING NEWS

ଭାଷା ଭାଗବତ : ଶବ୍ଦବୀଜ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୮

 

ଶବ୍ଦକୁ ବୀଜ ପରି ବୁଣ
ଯଦି ହୋଇବ ଅଂକୁରଣ
ଭାଷୀଏ କରିବେ ଗ୍ରହଣ
ନ ହେଲେ ବ୍ୟର୍ଥ ହେଲା ଜାଣ

ନୂତନ ଶବ୍ଦର ଗଠନ
କରିଜାଣଂତି ଜ୍ଞାନୀଗଣ
ଦୀର୍ଘକାଳୀନ ପ୍ରଚଳନ
କରଂତି ଜନସାଧାରଣ

ଅସଂଖ୍ୟ ବୈଷୟିକ ଶବ୍ଦ
ହୋଇଅଛଂତି ଶ୍ରଦ୍ଧାସ୍ପଦ
ଭାଷାରେ ନିତି ପ୍ରଚଳିତ
ଆଉ କେତେକ ପ୍ରତ୍ୟାଖ୍ୟାତ

କିପରି ଶବ୍ଦକୁ ଆଦର
ମିଳିବ ଅବା ତିରସ୍କାର
କହି ନ ହୁଏ ଆଗତୁରା
ସୁପ୍ରଚଳିତ ଏହି ଧାରା

ବହିରାଗତ ବହୁ ଶବ୍ଦ
ଅଟଂତି ବିଶ୍ବର ସଂପଦ
କରିଲେ ସବୁ ଅନୁବାଦ
ସ୍ବଭାଷା ହୋଇବ ଦୁର୍ବୋଧ୍ୟ

ନିଜ ଭାଷାରେ ନାହିଁ ଯାହା
ଅନ୍ୟ ଭାଷାରୁ ଆଣି ତାହା
କରିଲେ ଏଠି ବ୍ୟବହାର
ସେ ଶବ୍ଦ ହୋଇବ ଆମର

ଶବ୍ଦଗଠିତ ହେଲେ ସୁଦ୍ଧା
ଭାଷା ନ ହୁଏ ଶବ୍ଦ ସଦା
ଶବ୍ଦକୁ କଲେ ନାନା ପଦ
ବାକ୍ୟାବଳି ହିଁ ଶ୍ରୀସଂପଦ

ବାକ୍ୟରେ ଥାଉ ଯେତେ ଶବ୍ଦ
ସେ ସବୁ ହେବାବେଳେ ପଦ
ମାନଂତି ସ୍ବଭାଷା ନିୟମ
ଅର୍ଥରେ ରହେନାହିଁ ଭ୍ରମ

କୂଅ ପୋଖରୀ ବା ଆକାଶୁ
ଭାଷା କ୍ଷେତ୍ରକୁ ଜଳ ଆସୁ
ଫଳିବ ବାକ୍ୟର ଫସଲ
ସ୍ବଭାଷା ଦିଶିବ ଉଜ୍ଜ୍ବଳ

ଶବ୍ଦ ଗଠନ ବିନିମୟ
କରି ସ୍ବଭାଷୀ ସମୁଦାୟ
ବଢ଼ାଂତି କଥନ ଲିଖନ
ଭାଷାକୁ ମିଳେ ସର୍ବଗୁଣ

Leave A Reply

Your email address will not be published.