Latest Odisha News

ଭାଷା ଭାଗବତ : ଭାଷା ଏକ ସିଂଧୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୮

 

ଧ୍ବନି ଓ ବର୍ଣ ଜଳକଣା
ଶବ୍ଦ ତ ଜଳବିଂଦୁ, ଜଣା
ବିଂଦୁ ମିଶିଲେ ଭାଷାସିଂଧୁ
ଏ ସତ୍ୟ ବୁଝୁଁ, ଏବେ ବଂଧୁ

ଭାଷାର ପୁସ୍ତକ ପସରା
ଅଟଂତି ବହୁ ଜଳଧାରା
ଝରଣା ନଦୀ ଯୋର ନାଳ
ରୂପରେ ମୂଳତଃ ନିର୍ମଳ

ଭାଷାସିଂଧୁରେ ଗଲେ ମିଶି
ନିଜତ୍ବ ଦେଇଥାଂତି ନାଶି
ଭାଷାର ବିଶେଷତ୍ବ ରକ୍ଷା
ପାଇଁ ନେଇନି କେହି ଦୀକ୍ଷା

ଜ୍ଞାନ ଓ ଭାବନା ପ୍ରକାଶି
ଭାଷୀଏ ପାଇଥାଂତି ଖୁସି

Comments are closed.