Latest Odisha News

କବିତା ନିରଂତର : ସମୟ ସଂଚାଳନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ବଳ, ଧନ, ଜ୍ଞାନ କମ୍‌-ବେଶି ମିଳେ
ସମୟ ମିଳେ ସମାନ
କାଳ ସଂଚାଳନ ପ୍ରତି ଦୈନଂଦିନ
ଯେଉଁ ବ୍ୟକ୍ତି ଦିଏ ଧ୍ୟାନ

କାଳକ୍ରମେ ସିଏ ନିଜକୁ ବନାଏ
ସକଳ ଗୁଣସଂପନ୍ନ
ଦୁର୍ଲଭ ହୁଏନି ବଳ, ଧନ, ଜ୍ଞାନ
ଘଟେନାହିଁ ଅନଟନ

ସମୟକୁ ଯେଣୁ ହୁଏନି ସାଇତି
ଅହରହଃ କଲେ ବ୍ୟୟ
ବ୍ୟକ୍ତିର ମତିରୁ ଅଂତର୍ହିତ ହୁଏ
ସବୁ ମନଗଢ଼ା ଭୟ

‘ ଟାଇମ୍‌ ପାସ୍‌ ‘ କରିବା ଅଭ୍ୟାସ
କରେ ବ୍ୟକ୍ତିତ୍ବ ବିନାଶ
ପ୍ରତ୍ୟେକ ମୁହୂର୍ତ ବିନିଯୋଗ କଲେ
ମିଳେ ଅଶେଷ ଉଲ୍ଲାସ

ଶୁଭ କି ଅଶୁଭ ବେଳ ଘଡ଼ି ନାହିଁ
ଯିଏ ବି ପାରିଛି ବୁଝି
ଭାବନାବଳିର ରୂପାଂତରକାରୀ
ହେବା ପାଇଁ ହୁଏ ରାଜି

 

Comments are closed.