Latest Odisha News

BREAKING NEWS

କବିତା ନିରଂତର : ସବୁ ଅଂଧକାରାଚ୍ଛନ୍ନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ଯେଉଁଠି ସୁଜ୍ଞାନୀ ରହଂତି ମଉନ
ଅଜ୍ଞାନ ହୁଅଂତି ମୁଖର
ସେଠି କେବେ ସତେ ଅଂତ ଘଟେନାହିଁ
ପୀଡ଼ା, ଯଂତ୍ରଣା, ଦୁଃଖର

ସବୁ ସଂଭାବନା ଥିଲେ ବି ସେଠାରେ
ହୁଏନାହିଁ କିଛି କାର୍ଯ
ନାନା କଥା ଶୁଣି ବାଚାଳ ହେଲେ ତ
ରହିପାରେନାହିଁ ଧୈର୍ଯ

ଧୈର୍ଯ ନ ଥିଲେ ଉଦୟ ହୁଏନି
କେବେ ହିତାହିତ ଜ୍ଞାନ
ପ୍ରଖର ସୂର୍ଯାଲୋକରେ ବି ଦିଶେ
ସବୁ ଅଂଧକାରାଚ୍ଛନ୍ନ

ତମସାବୃତ ଏ ବିଚିତ୍ର ଗ୍ରହରେ
ଦୁର୍ଲଭ ଜ୍ଞାନାଲୋକ
ଶୁଣାକଥା ପୁଣି ଶୁଣି ଆଉ କହି
ସମୟ ସାରଂତି ଲୋକ

Comments are closed.