Latest Odisha News

BREAKING NEWS

କବିତା ନିରଂତର : ବାଇମନରେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ବାଇମନ ରେ, ତୁ ତ ନିଜେ ଅରୂପ
କିପାଇଁ ଏ ତୁଚ୍ଛ ଶରୀର ଉପରେ
ଦେଖାଇଚାଲିଛୁ ଏତେ ପ୍ରକୋପ ?

ବାଇମନ ରେ, ତୋର ନାହିଁ ତ ଡେଣା
ତଥାପି ଆକାଶ ମାପିବା କୌଶଳ
କେମିତି ପଡ଼ିଲା ତୋତେ ହିଁ ଜଣା ?

ବାଇମନ ରେ, ତୋର ଅଜଣା ସ୍ଥିତି
କେଉଁ ଇଂଧନର ପ୍ରଭାବେ ଦେଖାଉ
କେବେ ଦ୍ରୁତ, କେବେ ମଂଥର ଗତି ?

ବାଇମନ ରେ, ତୁ ତ ପୂରା ସ୍ବାଧୀନ
ଅନ୍ୟ କେହି ଯଦି ଅନନ୍ୟ ହୁଏ
କିପାଇଁ ମଣୁଛୁ ତାହାକୁ ନ୍ୟୂନ ?

ବାଇମନ ରେ, ତୋର ଚାଳକ କିଏ ?
ଯେତେ ପଚାରିଲେ ଉତ୍ତର ଦେଉନୁ
ତୋହର ପ୍ରକୃତ ପାଳକ କିଏ ?

Comments are closed.