Latest Odisha News

BREAKING NEWS

କବିତା ନିରଂତର : ଅଗଣିତ ନାଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ମନୁଷ୍ୟ, ଭୂଖଂଡ, ଈଶ୍ବରଂକୁ ସୁଦ୍ଧା
ଦେଇ ଅଗଣିତ ନାଆଁ
ପୂରା ପୃଥିବୀକୁ ଟିକିଟିକି କାଟି
ଆମେ ଏତେ ହୀନମାନିଆ

ନାଆଁକୁ ନେଇ ଚଳୁଛି କିମିଆ
ଗାଆଁକୁ ନେଇ ଜଳୁଛି ନିଆଁ
ବିଶ୍ବବାସୀ ସବୁ ଛାନିଆଁ
ମାନିନେଉଁ ଏବେ ନିର୍ବିବାଦ ଭାବେ :
‘ ଧରିତ୍ରୀ ଆମର ମାଆଁ
ଦୁନିଆ ଆମର ଗାଆଁ ‘

ଯୋଗାଯୋଗ ଏବେ ହେଲାଣି ସହଜ
ଚାଲୁ ଭାବ ଦିଆନିଆ
ଯେଉଁଠାରେ ଥାଉଁ ଯେତେବେଳେ ଆମେ
ତାହା ହିଁ ଆମର ଗାଆଁ

Leave A Reply

Your email address will not be published.