Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ହୋଲି ବୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା,
ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ;
ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ
ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ!

ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି,
ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;
ଆଉ ଦଳେ ଚୋରୀ ଅବା ଅପରାଧ କଲାପରି
ଏଇଦିନ ଲୁଚିଥାନ୍ତି କବାଟ କିଳି ଘରେ ବସି!

ଦେଖିଲି ଆଦୈା ପିଆପିଇ କରୁନଥିବା ବନ୍ଧୁ ବସି
ନାକକୁ ନାଲିପାଣି କୁନ୍ଥେଇ କୁନ୍ଥେଇ ପିଉଛି;
କାରଣ ପଚାରନ୍ତେ କହିଲା କହିଲା
ଏଥର ପରା ଖାଲି ଭିତରେ, ବାହାର ଖେଳ ବ୍ୟାନ ହୋଇଛି!

ଆଉ ଜଣେ ସାଙ୍ଗର ଫୋନ୍ ନଲାଗନ୍ତେ
ପାଖକୁ ଯାଇ ପଚାରିଲି ଆଜି ଭଳି ଦିନରେ ଫୋନ୍ କାହିଁକି ବନ୍ଦ୍ ବାବୁ?
ସାଙ୍ଗ କହିଲା – ହ୍ବାଟ୍ସଆପରେ ଯେତିକି ରଙ୍ଗ ଆସୁଛି,
ମୋ ଫୋନ ଯଦି ଖରାପ ହେବ କଣ ତୁ ସଜେଇବୁ?

ଏଥର ରଙ୍ଗ ଖେଳି ସାରିଲା ପରେ
ହାତରୁ ସାବୁନ୍, ସାମ୍ପୁ ନକରି ଠିକ୍ କରିଛି ମୁଁ ଥାନାକୁ ଚାଲିଯିବି;
କାରଣ ହେଲେମେଟ୍ ଚେକିଂ ବେଳେ ଯୁକ୍ତିତର୍କ କରିବାରୁ
ଥାନାବାବୁ କହିଥିଲେ – ତୋ ରଙ୍ଗ ଛଡେଇ ଦେବି!

Leave A Reply

Your email address will not be published.