କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତା’ ମୁହଁରୁ ଲୁହ ପୋଛି ଭାଉଜ ପୁଣି ତାକୁ ସତେଜ କରି ଦେଲେ ।
ନଜର ନ ଲାଗିବା ପାଇଁ କାନ ପଛରେ କଳାଟୀକାଟିଏ ଛୁଆଁଇ ଦେଲେ । ସେତେବେଳକୁ ପଦ୍ମିନୀ ଯେମିତିକି ଚାବିଦିଆ କଣ୍ଢେଇଟିଏ ହୋଇଯାଇଥିଲା । ଭାଉଜ ତାକୁ ନେଇ ତା’ ପଢ଼ାଘରେ ଛାଡ଼ି ଦେଇ ଆସିଲେ ।
ଡୋର୍ କର୍ଟେନକୁ ଆଡ଼େଇ ଭିତରକୁ ପାଦ ପକାଇବା ମାତ୍ରେ ଛାତି ତା’ର କ୍ୟାଲେଣ୍ଡରକୁ ଚାହିଁ ମୁରୁକି ହସୁଛନ୍ତି; ସୌନ୍ଦର୍ଯ୍ୟ ସାରଣୀରେ ସେ ଯେ ଅଦ୍ୱିତୀୟ, ଏଥିରେ ସନ୍ଦେହ ନାହିଁ ।
ଏଇ ତେବେ ଚନ୍ଦ୍ରଭାନୁ ! ପୁରୁଷର ରୂପ ଯେ ଏତେଦୂର ଲୋଭନୀୟ ହୋଇପାରେ, ଏ କଥା ସେ ତା’ର କୋଡ଼ିଏ ବର୍ଷର ଜୀବନ କାଳ ମଧ୍ୟରେ କେବେ ଅନୁଭବ କରି ନଥିଲା ।
ପାଦଶବ୍ଦ ଶୁଣି କ୍ୟାଲେଣ୍ଡର ଉପରୁ ମୁହଁ ଫେରାଇଲେ ଚନ୍ଦ୍ରଭାନୁ । ଦ୍ୱାରଦେଶରେ ଲଜ୍ଜାକୁଣ୍ଠିତା ପଦ୍ମିନୀକୁ ଦେଖି ତାଙ୍କର ସୁନ୍ଦର ସୁଢ଼ଳ ଦୁଇଡ଼ୋଳା
ପଲକ ପକାଇ ପାରିଲାନି ।
ପଦ୍ମିନୀ ଶଙ୍କିତ ପାଦ ନେଇ ତାଙ୍କ ସାମ୍ନା ଚେୟାରରେ ବସିଲା । ମୁହଁ ବିଲ୍କୁଲ୍ ତଳକୁ ପୋତିଥିଲା । ଯେପରିକି ସେ ତାକୁ ପଲକ ଉଠାଇ ଦେଖିବାକୁ ହିଁ ଚାହେଁ ନାହିଁ ।
କଥାର ଶାଣିତ ଶବ୍ଦସ୍ପର୍ଶରେ ସ୧ୁଖସ୍ଥ ତରୁଣୀର ମର୍ମସ୍ଥଳକୁ ହଲାଇଦେଇ ପାରୁଥିବା ଚନ୍ଦ୍ରଭାନୁ ମୁହଁ ଖୋଲିଲେ ।
– ତମେ ବୋଧେ ମତେ ନ ଚାହିଁବା ପାଇଁ ପଣ କରିଛ ।
ଇଏ କି ପ୍ରଶ୍ନ ! ମନେ ମନେ ଇତସ୍ତତଃ ହୋଇଉଠିଲା ସେ । ସେ ତ ସିଧା ଆଖି ଉଠାଇ ତାଙ୍କୁ ଚାହିଁ ପାରିବନି ।
ପଢ଼ାଟେବୁଲର ଗୋଟିଏ ପାଶ୍ୱର୍ରେ ଆନୁମାନିକ ଦୁଇଫୁଟ ଉଚ୍ଚତା ବିଶିଷ୍ଟ ମୁରଲୀଧାରୀ ଶ୍ରୀକୃଷ୍ଣଙ୍କର ମୂର୍ତ୍ତିଟିଏ ରଖାହୋଇଥିଲା । ଚନ୍ଦ୍ରଭାନୁ କଥାର ଗତି ବଦଳାଇଲେ- ଏଇ ର୍ମୂିକୁ ତମେ ପୂଜା କର ?
କ୍ରମଶଃ
Comments are closed.