କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ତେବେ କ’ଣ ଇଏ ବିରହର ଅଶ୍ରୁ ? ବିବାହ ସ୍ଥିର ହୋଇଥିବା ପୁରୁଷଟିଏ ପାଇଁ ଅନୂଢ଼ା ଝିଅଟିଏର ହୃଦୟରେ ଏତେ ବ୍ୟାକୁଳତା ? ଏଇ ବୋଧେ ପ୍ରେମର ପୂର୍ବରାଗ । ଏଇଭଳି ଅନୁଭବ ସମୟରେ ନିଜକୁ ସେ ଅନେକ ବାର ପ୍ରଶ୍ନ କରିଛି । କିନ୍ତୁ କୌଣସି ସଠିକ୍ ଉର ପାଇନାହିଁ ।
ଏଭଳି କାହିଁକି ହୁଏ ? ହଠାତ୍ ଜଣେ ଜୀବନକୁ ଆସେ ଏବଂ ସମଗ୍ରସାକୁ ଏଭଳି କବଳିତ କରେ ଯେ ଯୁବତୀ ଝିଅଟିଏର ସମ୍ପୂର୍ଣ୍ଣ କାୟାକଳ୍ପ ହିଁ ବଦଳିଯାଏ । କଂସା, ପିଳକୁ ବଦଳାଇ ଭିନ୍ନ ଭିନ୍ନ ଆକୃତିର ରୂପ ଦେବାକଥା ସେ ଜାଣିଥିଲା; କିନ୍ତୁ ଗୋଟେ ଅବିବାହିତା ଝିଅର ମନ ଯେ ଏମିତି ବଦଳିଯିବ- ଏ କଥା ସେ ଆଗରୁ କେବେ ଜାଣି ନଥିଲା ।
ଚନ୍ଦ୍ରଭାନୁ କେବେ କେମିତି ଛୁଟିଦିନ ଦେଖି ଘରକୁ ଆସିଲେ ସେ ତାଙ୍କ ସମ୍ମୁଖରେ ସଙ୍କୁଚିତ ହୋଇଯାଏ । କିନ୍ତୁ ତାଙ୍କ ଅନୁପସ୍ଥିତିରେ ସେ ଏଇଭଳି ଅସ୍ଥିର ହେଉଥାଏ । ଅନନୁଭୂତ କମନୀୟ ପୀଡ଼ାକୁ ଶିରାରେ ଶିରାରେ ଭୋଗି ବାରମ୍ବାର ନିଜକୁ ପ୍ରଶ୍ନ କରୁଥାଏ- ଏମିତି କାହିଁକି ହୁଏ ? ପାଖଦେଇ ଗାଡ଼ିଟିଏ ଧୂଳି ଉଡ଼ାଇ ଦ୍ରୁତଗତିରେ ଚାଲିଯିବାରୁ ପଦ୍ମିନୀ ଭାବନା ରାଜ୍ୟରୁ ଲେଉଟି ଆସିଲା । ଏ ଭିତରେ ଅନେକ ସମୟ ଅତିକ୍ରାନ୍ତ ହୋଇଯାଇଛି । ବିରାଟ ପଡ଼ିଆ ଭିତରେ ଲହଡ଼ି ଭାଙ୍ଗୁଥିବା ଜନ ସମୁଦ୍ର ପତଳା ପଡି ଆସିଲାଣି ।
ଚତୁର୍ଦ୍ଦିଗର ଲୋକାରଣ୍ୟ ସ୍ଥାନେ ସ୍ଥାନେ ଖାଲି ଖାଲି ମନେ ହେଉଛି । କିନ୍ତୁ କାହାନ୍ତି ନୂଆବୋଉ ? ଆଉ ତାଙ୍କର ବାନ୍ଧବୀ ? ସାନ ଭାଇ ବି ତ ନିକଟରେ ଦିଶୁନାହିଁ । ସେ ତେବେ ଏ ଭିତରେ ଭାବନା ସ୍ରୋତରେ ପାଦର କାତକୁ ଚଳାଇ ଅନେକ ଦୂରକୁ ଚାଲି ଆସିଛି, ନିଜ ଅଜାଣତରେ । ସମସ୍ତେ ତାକୁ ଖୋଜୁଥିବେ ଭାବି ତରତର ହୋଇ ପଦ୍ମିନୀ ପଛକୁ ପାଦ ଲେଉଟାଇ ଚାଲିଲା ।
Comments are closed.