Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

BjdElectrycity

ଉଭୟଙ୍କୁ ପ୍ରସ୍ତୁତ ହେବାପାଇଁ ବେଶୀ ସମୟ ଲାଗିଲା ନାହିଁ । ବହୁ ଆଗରୁ ବିଶ୍ୱାସକୁ ସରୋଜ ପ୍ରସ୍ତୁତ କରିସାରିଥିଲେ । ରାଜଧାନୀର ପରିଚିତ ରାଜପଥ ଉପରେ ପରସ୍ପରଠାରୁ ସାମାନ୍ୟ ଦୂରତ୍ୱ ରଖି ଚାଲିଲାବେଳେ ଉଭୟଙ୍କ ମନରେ ଭିନ୍ନ ଭିନ୍ନ ଭାବନା ପକ୍ଷ ମେଲାଉଥିଲା ।

 

ବର୍ତ୍ତମାନ କିମ୍ବା ଭବିଷ୍ୟତର ବଳୟ ଭିତରକୁ ସେମାନେ ପ୍ରବେଶ କରିପାରୁ ନଥିଲେ । ଯଦିଚ ଉଭୟେ ନିଜ ନିଜ ଅତୀତଠାରୁ ଆଜି ସୁଦୂର ସ୍ଖଳିତ, ଉଲ୍‌କା ପିଣ୍ଡଟିଏ ଅନ୍ତରୀକ୍ଷରୁ ବିଚ୍ୟୁତ ହେଲାଭଳି । ଯାଉ ଯାଉ ଜନସମୁଦ୍ରଆଡ଼ୁ ଡ଼ୋଳା ଫେରାଇ ପଦ୍ମିନୀ ସରୋଜକୁ କଣେଇ ଚାହିଁଲା । ସେତେବେଳେ ସେ ରାଜପଥ ଉପରେ ଦୃଷ୍ଟି ରଖି ବିଶ୍ୱାସର ହାତକୁ ମୁଠେଇଧରି ଚାଲୁଥିଲେ ।

 

ପଦ୍ମିନୀ ଭାବିଲି- ଏଇ ରାସ୍ତାରେ ଚନ୍ଦ୍ରଭାନୁଙ୍କ ସହ ଯିବାବେଳେ ସହଯାତ୍ରୀମାନେ ଭାବୁଥିବେ, ଏ ଭଳି ଜଣେ ସୁନ୍ଦର ପୁରୁଷ ପାଇଁ ଏ ସ୍ତ୍ରୀ ଉପଯୁକ୍ତ ନୁହେଁ । ଆଉ ଆଜି ସରୋଜ ସହ ତାକୁ ଦେଖି ଭାବୁଥିବେ, ଏ ସ୍ତ୍ରୀ ପାଇଁ ଏମିତି କୁତ୍ସିତ ସ୍ୱାମୀ ଉପଯୁକ୍ତ ନୁହେଁ । ଜଗତରେ ରୂପର ପସରା ହିଁ ସମସ୍ତଙ୍କ ଦୃଷ୍ଟିରେ ପ୍ରଥମେ ପଡ଼େ ।

 

ମଣିଷ ଯଦି ବୁଝିପାରନ୍ତା, ସୁନ୍ଦର ମହାକାଳ ଫଳର ଅଭ୍ୟନ୍ତର କେତେ କୁତ୍ସିତ ଆଉ କଳା କୋଇଲିର କୁହୁତାନ କେତେ ମଧୁର; ତେବେ ଆଜି ନାରୀ ସମାଜରେ ଖେଳିଖେଳି ଚନ୍ଦ୍ରଭାନୁ ନିଜର ଦୀପ୍ତି ପତାକା ଉଡ଼ାଉ ନ ଥା’ନ୍ତେ ।

 

କ୍ରମଶଃ

Leave A Reply

Your email address will not be published.