Latest Odisha News

ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ ସତୀଶ କୌଶିକ

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଆଉ ନାହାନ୍ତି । ଗତକାଲି ତାଙ୍କର ହୃଦଘାତରେ  ପରଲୋକ ହୋଇଯାଇଛି । ୬୭ ବର୍ଷ ବୟସ୍କ ସତୀଶ ୧୦ରୁ ଊର୍ଦ୍ଧ୍ବ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ନିଜ ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି । ତାଙ୍କର ଦେହାନ୍ତ ହୋଇଥିବା ନେଇ  ବରିଷ୍ଠ ଅଭିନେତା ଅନୁପମ ଖେର ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସତୀଶ ଥିଲେ ଏକାଧାରରେ ଜଣେ ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ  ।  ସତୀଶଙ୍କ ଜନ୍ମ  ୧୯୫୬ ମସିହା ଏପ୍ରିଲ ୧୩ ତାରିଖରେ  ।  ପିଲାବେଳରୁ ତାଙ୍କର ଅଭିନୟ ପ୍ରତି ଆଗ୍ରହ ଥିଲା ।  କଲେଜ ଶିକ୍ଷା ଶେଷ ପରେ ସେ ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ଓ ପୁନେର ଏଫଟିଆଇଆଇରେ ଅଧ୍ୟନ କରିଥିଲେ ।୧୯୮୦ରୁ ଫିଲ୍ମ ଦୁନିଆରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ମାସୁମ ଫିଲ୍ମରୁ ସେ ତାଙ୍କର ଫିଲ୍ମ ଦୁନିଆର ଯାତ୍ରା ଆରମ୍ଭ କରିଥିଲେ ।

 

ସତୀଶଙ୍କ ନାଁ ମନେ ପଡିଲେ ମନେ ପଡିଯାଏ  ମିଷ୍ଟର ଇଣ୍ଡିଆର କ୍ୟାଲେଣ୍ଡର । ସେହିପରି ଦିୱାନା ମସ୍ତାନା, ରାମଲକ୍ଷ୍ମଣ, ସାଜନ ଚଲେ ଶଶୁରାଲ, ହଦ କର ଦି ଆପନେ ପରି ସୁପର ହିଟ ଫିଲ୍ମରେ  ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ । ‘ରାମ ଲଖନ’ ଏବଂ ‘ସାଜନ ଚଲେ ସସୁରାଲ’ ଫିଲ୍ମରେ ଅଭିନୟ ଲାଗି ତାଙ୍କୁ ଫିଲ୍ମଫେୟାର ଶ୍ରେଷ୍ଠ କମେଡିଆନ ପୁରସ୍କାର ମିଳିଥିଲା।ସେହିପରି ରୁପ କି ରାଣୀ, ଚୋରୋଁ କି ରାଜା, ପ୍ରେମ, ହମ ଆପକେ ଦିଲ ମେ ରେହତେ ହେଁ, ତେରେ ସଙ୍ଗ ଆଦି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।  ଏଥି ସହିତ ସେ ବହୁ ଚଳଚ୍ଚିତ୍ର ଲାଗି  ଚିତ୍ରନାଟ୍ୟ ମଧ୍ୟ ରଚନା କରିଥିଲେ ।  ସେ ୨ଥର ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର ପୁରସ୍କାର ଲାଭ କରିଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ‘ଛତ୍ରିୱାଲି’।

ତାଙ୍କ ମୃତ୍ୟୁ ଖବର ପାଇବା ବଲିଉଡର ବହୁ କଳାକାର, ନିର୍ଦ୍ଦେଶକ ଶୋକ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.