କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଏଇ ମାନସିକତା ଭିତରେ ସେ କେତେବେଳେ ଘରକୁ ଆସି ଶାଢ଼ୀ ନ ବଦଳାଇ ସେମିତି ଶୋଇପଡ଼ିଛି । ସରୋଜ ବିଶ୍ୱାସକୁ ଧରି ବାହାର ବାରଣ୍ଡାରେ ବସିଥିବାବେଳେ ମୀନାକ୍ଷିକୁ ସଂଭବତଃ ମନା କରିଦେଇଛନ୍ତି, ପଦ୍ମିନୀର ଅସୁସ୍ଥତା ଦର୍ଶାଇ ।ଶୋଇବା ଘର ଖଟ ଉପରେ ମୀନାକ୍ଷିକୁ ବସାଇ ସେ ତା’ର ଗୋଟିଏ ହାତକୁ ଧରି କହିଲା- ସତକଥା ମୀନା, କିଛି ମାଇଣ୍ଡ କରିବୁନି- କାଲି ମୋ ଦେହ ଟିକେ ଅସୁସ୍ଥ ଥିଲା । କିନ୍ତୁ ତୋ ପାଇଁ କୌଣସି ପ୍ରତିବନ୍ଧକ ନଥିଲା । ତେବେ ସରୋଜ ଜାଣିଲେନି, ତୁ ମୋର ଅନ୍ତରଙ୍ଗ ବୋଲି ।
– ହଁ, ଆଜି ବୁଝେଇ ଦେ- ସେ ଯେମିତି ମତେ ଆଉ କେବେ ମନା କରିବେନି । ମୀନାକ୍ଷି ତାକୁ ଚାହିଁଲା ।
– ଆଚ୍ଛା; ମୁଁ କ’ଣ ପାଇଁ ଆସିଛି, ସେ କଥା ଆଉ ଥରେ କହିବି ?
– ନା, ନା, ଯା’ର ଗାଇବାକୁ ଇଚ୍ଛା ଥାଏ, ସେ ଅନୁରୋଧକୁ ଅପେକ୍ଷା କରେନି । ତେବେ ଶୁଣ….. । ଚନ୍ଦ୍ରଭାନୁଙ୍କ ସହ ମୋର ବିବାହ ହୋଇଗଲା । ବେଦୀ ଉପରେ ତାଙ୍କର ଚନ୍ଦନ ଚର୍ଚ୍ଚିତ ସୁନ୍ଦର ରୂପ ଦେଖି ସମସ୍ତେ ମତେ ଭାଗ୍ୟବତୀ ମନେକଲେ । ତା’ ପରଦିନ ମୁଁ ମୋର ସେଇ ପରିଚିତ ଛୋଟିଆ ସହର ଛାଡ଼ି ଶାଶୁଘରର ପଲ୍ଲୀକୁ ଆସିଲି । ଧନୀ ଘରର ଶିକ୍ଷିତା ଝିଅ ହୋଇଥିବାରୁ ଶାଶୁଘର ସମସ୍ତଙ୍କଠାରୁ ଅଫୁରନ୍ତ ସ୍ନେହ ପାଇଲି । ଆଉ ଚନ୍ଦ୍ରଭାନୁଙ୍କ ଆଶାତୀତ ପ୍ରେମ ମୋ ପାଇଁ ର୍ମ୍ୟରେ ସ୍ୱର୍ଗର ସ୍ଥିତି ଭଳି ଥିଲା ।
କିଛିଦିନ ପରେ ଚନ୍ଦ୍ରଭାନୁ ମତେ ଭୁବନେଶ୍ୱର ନେଇ ଆସିଲେ । ନୂଆ ରାଜଧାନୀ ଭୁବନେଶ୍ୱରରେ ସେଇ ଦିନଗୁଡ଼ିକ ମୋ ପାଇଁ ଆଶାତୀତ ଆନନ୍ଦ ଓ ଅଫୁରନ୍ତ ସୋହାଗ ଭିତରେ ଗଡ଼ିଚାଲିଲା ।
କୃତବିଦ୍ୟ ଚନ୍ଦ୍ରଭାନୁଙ୍କ ଜୀବନରେ ବିଦ୍ୟା ଆହରଣ ପ୍ରବୃି ଅପରିସୀମ ଥିଲା । ଏଣୁ ଅଧ୍ୟାପନା ଛାଡ଼ି ଦିଲ୍ଲୀରେ ମ୍ୟାନେଜମେ୍ କୋର୍ସ କରିବାକୁ ସେ ସ୍ଥିର କଲେ । ସେତେବେଳକୁ ବିଶ୍ୱାସ ଆଠମାସର ଶିଶୁ ।
Comments are closed.