ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୬୩
ଏପଟେ ଅଫିସର ପ୍ରୋବ୍ଲମ୍ କଣ୍ଟ୍ରୋଲ ବାହାରକୁ ଚାଲିଯାଉଛି । କିଛି ସମୟ ରିଲାକ୍ସ ହେବା ପାଇଁ, ଏଇ ଥିଲା ଗୋଟିଏ ବାଟ । ସେ ବି ବନ୍ଦ ।
ସେ ପେଗ୍ ପରେ ପେଗ୍ ପି’ ଚାଲିଲା । ସିଗାରେଟ୍ ଧୁଆଁରେ ତା’ କାଉଣ୍ଟରେ ଥିବା ବିଦେଶୀ ମଦ ବଟଲ୍ ସବୁ ତାକୁ ଝାପ୍ସା ଦିଶିଲା ।
ଦିନକୁ ଦିନ ପରିସ୍ଥିତି ଅଡ଼ୁଆ ହେବାରେ ଲାଗିଛି । ବୈଭବର ସାମାନ୍ୟ କେୟାରଲେସ୍ ପାଇଁ କେତେ କର୍ମଚାରୀଙ୍କୁ ତା’ର
ପରିଣାମ ଭୋଗିବାକୁ ପଡିବ, ତାର ଭାବିବା କଥା ।
କୁମାରକୁ ଆଭାସ ମିଳିଗଲାଣି, ବିଜିପୁରରେ ଏମ୍ପଲଇମାନଙ୍କ ଭିତରେ ବିଦ୍ରୋହର ନିଆଁ କୁହୁଳିବା ଆରମ୍ଭ କରୁଛି । ଯଥାଶୀଘ୍ର
କିଛି ବ୍ୟବସ୍ଥା ନ’ କଲେ, ସେମାନେ ହୁଏତ କାମ ବନ୍ଦ କରିବେ, କେସ୍ କରିବେ । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ କିଛି ଗୋଟେ ବ୍ୟବସ୍ଥା କରିବା ଉଚିତ ।
ଖାଲି ବିଜିପୁର କାହିଁକି ସମ୍ପୂର୍ଣ୍ଣ ବିଜିନେସ୍ ଗତ କିଛି ମାସ ହେଲା ଲସ୍ରେ ଚାଲିଛି । ପ୍ରଡ଼କ୍ସନ୍ କମି ଯାଇଛି । ଲୋନ୍ର ଇଣ୍ଟରେଷ୍ଟ ବଢ଼ିବାରେ ଲାଗିଛି ତ ବ୍ୟାଙ୍କରୁ ନୋଟିସ୍ ପରେ ନୋଟିସ୍ ଆସି ଯାଉଛି ।
ବିଜିନେସ୍ ମାନେ ହିଁ ସେୟା । ଲାଭ ଅଛି ତ’ କ୍ଷତି ବି ଅଛି । କିନ୍ତୁ ମାତ୍ରାଧିକ ହେଇଗଲେ କଣ୍ଟ୍ରୋଲ କରିବା ମୁସ୍କିଲ୍ ।
ଏମିତି ନଜିର୍ ଅଛି, ବେଶ୍ ବଡ଼ବଡ଼ ବିଜିନେସ୍ ମ୍ୟାନ ବି, ସମୟ ସମୟରେ ସାଙ୍ଘାତିକ କ୍ଷତି ସହିଛନ୍ତି । ୠଣରେ ବୁଡ଼ି ଯାଇଛନ୍ତି, ଆଉ ବାହାରି ପାରିନାହାଁନ୍ତି । କିଏ ଦେଶ ଛାଡ଼ୁଛି କିଏ ଅବସାଦରେ ଆତ୍ମହତ୍ୟାର ପନ୍ଥା ଆପଣେଇ ନେଇଛି ।
ଏଇ ନିକଟରେ ଜଣେ ବଡ଼ ବିଜିନେସ୍ ମ୍ୟାନ୍ ଅସଫଳ ହେଲେ ଓ ମାନସିକ ଭାରସାମ୍ୟ ହରାଇ ସୁଇସାଇଡ଼୍ କରିଦେଲେ ।
କିଛି ଦିନ ଧରି ଖବର କାଗଜର ହେଡ଼୍ ଲାଇନ୍ରେ ତାଙ୍କରି କଥା ହିଁ ଚର୍ଚ୍ଚାର ବିଷୟରେ ହେଇପଡିଲା ।
ସଫଳତାରେ ଯେତିକି ପରିଚୟ ମିଳିଥିଲା, ବିଫଳତା ପରେ ତା’ଠାରୁ ଅଧିକ ମାତ୍ରାରେ ଲୋକଲୋଚନକୁ ଚାଲିଆସିଲେ ।
ସାମ୍ରାଜ୍ୟ ଗଢ଼ିବାକୁ ସମୟ ଲାଗେ, ଭୁସୁଡିବା ପାଇଁ ମୁହୂର୍ତ୍ତଟିଏ ହିଁ ଯଥେଷ୍ଟ ।
କୁମାର ତୁମେ ବିଜିପୁର ଯାଅ, ସେଠିକା ସିଚୁଏସନ୍ କଣ୍ଟ୍ରୋଲକୁ ଆଣିବାକୁ ଟ୍ରାଏ କର । ଦେଖିବା କ’ଣ ହେଉଛି ।
ଇଏସ୍ ସାର୍ ଯିବି । କିନ୍ତୁ ଆମେ ତ’ ସବୁ ଜାଣିସାରିଲେଣି । ଯାହା ଅନୁମାନ କରୁଥିଲେ, ସେୟା । ତେବେ ଆଗକୁ କ’ଣ କରାଯିବ ବୋଲି ଭାବୁଛନ୍ତି? ପୋଲିସ….
ନା..ଏବେ ନୁହେଁ । ପ୍ରଥମେ ମୁଁ ତା’ ସହ ଦେଖା କରିବାକୁ ଚାହେଁ । ଆଲିଆ ଥରେ ମାତ୍ର ମୋ ସାମ୍ନାକୁ ଆସିବା ଦର୍କାର । ସେ ଏମିତି କାହିଁକି କଲା, ମୁହଁରେ ପଚାରିବି?
ଛାଡ, ଦେଖିବା । ତୁମେ କାଲି ହିଁ ବାହାରି ପଡ଼ କୁମାର ।
କ୍ରମଶଃ
Comments are closed.