ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା ଖୁସି ହୋଇଗଲା, “ନି୧⁄୨ୟ, ଆମେ ନି୧⁄୨ୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା’ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।”
“ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍ ଉତ୍ସୁକ ସମୀରା ପଚାରିଲା । ସ୍ଲିଭ୍ଲେସ୍ କଳା ଛୋଟ ପାର୍ଟି ଫ୍ରକ୍ ସାଂଗକୁ, ମ୍ୟାଚିଂଗ୍ କାନଫୁଲ ଆଉ ସେ କେଶ ଖୋଲା ଛାଡ଼ି ଦେଇଥାଏ ।
‘ୱାନ୍ ସୋଲ୍ଡ଼ରଡ଼୍’ ଓ ଅନେକ କୁଞ୍ଜରେ ସଜ୍ଜିତ ଏକ ସୁନ୍ଦର ସୁନେଲୀ ଫ୍ରକ୍ ପିନ୍ଧି ବୀରା ବି ଖୁବ୍ ସୁନ୍ଦର ଲାଗୁଥିଲା । ସେ କେଶରେ ତାରା ପରି କିଛି କ୍ଲିପ୍ ସଜେଇ ତା’ କେଶ ବି ଖୋଲାଛାଡ଼ି ଦେଇଥିଲା ।
ସୋଫା ବାଡ଼ ଉପରେ ବୀରା ଚାରିପଟେ ବୁଲିବୁଲି ସମୀରା କହୁଥାଏ, “କହିଲୁ ବୀରା, ସତରେ କ’ଣ ମୁଁ ଅବାସ୍ତବବାଦୀ ଆଉ ଡରକୁଳୀ ?” “ହଁ ”, କହୁକହୁ ସମୀରା ଗମ୍ଭୀର ମୁହଁ ଉପରେ ନଜର ପଡ଼ିଗଲା ତ ବୀରା ଚଟାପଟ କହିଲା, “ଆରେ ଥଟ୍ଟା କରୁଥିଲି । ତୁ ଆଦୌ ଅବାସ୍ତବବାଦୀ ନୁହଁ । ଯେ ଏବେ ଏମିତି ପ୍ରଶ୍ନ କାଇଁକି?”
“କାଇଁକି ନା ମୁଁ ବାସ୍ତବତାକୁ ସାମ୍ନା କରିବାକୁ ଚାହେଁନି । ମୁଁ ମାନ୍ହ…ନ୍ ଛାଡ଼ିଯିବାକୁ ଚାହୁଁନି । କାଲିର ଜାହାଜ ଯାତ୍ରାକୁ ମୁଁ ଭୟ କରୁଛି, ଗୋଟେ ଡରକୁଳୀ ପରି କୁଆଡ଼େ ଦୌଡ଼ି ପଳେଇବାକୁ ଚାହୁଁଚି ।” ସମୀରା କଇଁ କଇଁ ହେଇ କାନ୍ଦିଉଠିଲା ।
ସମୀରା କାନ୍ଧକୁ ଦି ହାତରେ ଧରି ସାନ୍ତ୍ୱନା ଦେଲାଭଳି ବୀରା କହିଲା, “ଏଇଟା ତମର ଡରକୁଳାପଣ ନୁହଁ ଦି’ । ଏଠା ଛାଡ଼ି ଭାରତକୁ ଯିବା, ସେଠି ନୂଆ ନୂଆ ସାଂଗ ସୃଷ୍ଟି କରିବା, ନୂଆ ଜୀବନଶୈଳୀ ସହ ଆଡ଼୍ଜଷ୍ଟ କରିବା ଆଦି କଥାକୁ ନେଇ ତମ ଭିତରେ କେବଳ ଉଦ୍ବେଗ ଅଛି । ଆଉ ଅଧକ କିଛି ନୁହେଁ । ଏଇବା ବି ମଣିଷଙ୍କର ଏକଦମ୍ ସ୍ୱାଭାବିକ ଚରିତ୍ର, ବ୍ୟସ୍ତ ହୁଅନି ।”
କ୍ରମଶଃ
Comments are closed.