Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନ ନୁହେ ସ୍ଥିର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କୌଣସି ଜ୍ଞାନ ନୁହେ ସ୍ଥିର
ବଦଳୁଥାଏ ନିରଂତର
ଏ ସତ୍ୟ ନ କଲେ ସ୍ବୀକାର
ହୋଇବା ଅଜ୍ଞାନ ପ୍ରବର

ବଦଳିଯିବା ପାଇଁ ଡର
ମନରେ କରେ ଯଦି ଘର
ମଣିଷ ହୁଏନି ତତ୍ପର
କରେନି କିଛି ଆବିଷ୍କାର

କୌଣସି ପ୍ରଶ୍ନ ନ ପଚାରି
ଆଗ କି ପଛ ନ ବିଚାରି
ସର୍ବଦା କିଣା-ଦାସ ପରି
ଦିଏ ନିଜ ସମୟ ସାରି

ଯାହାର ନାହିଁ ପ୍ରୟୋଜନ
ସେ କାର୍ଯ କଲେ ପ୍ରତି ଦିନ
ତାହା ହିଁ ହୁଅଇ ଅଭ୍ୟାସ
ନୂତନ ଚିଂତା କରେ ନାଶ

ବିଶ୍ବର ଅଧିକାଂଶ ଲୋକ
ସତରେ ଗତାନୁଗତିକ
ଢଂଗରେ ଜିଅଂତି ଜୀବନ
ନ କରି କାହାର କଲ୍ୟାଣ

ଗୋଷ୍ଠୀ କିଂବା ଦଳର ଅଂଶ
ହୋଇ ନିଜତ୍ବ କଲେ ଧ୍ବଂସ
ବ୍ୟକ୍ତି କି ବିଶ୍ବର ବିକାଶ
ନିମଂତେ ନାହିଁ ଅବକାଶ

Leave A Reply

Your email address will not be published.