Latest Odisha News

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୧୪)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

BjdElectrycity

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ଧନ୍ୟବାଦ ସିଡ଼୍‌” । ବୀରା କହିଲା । ନିଜ ବ୍ୟାଗ୍‌ପତ୍ରର ସିକ୍ୟୁରିଟି ଚେକିଂ କରେଇ ସାରି ମିଃ. ଓ ମିସେସ୍ ମାହେଶ୍ୱରୀ କ୍ରୁଜ୍ ଭିତରକୁ ଆସିସାରିଥିଲେ । “ପିଲାଏ ଆସୁଛ ନା ନାହିଁ?” “ହଁ, ଆସୁଛୁ”, କହି ବୀରା ଓ
ସମୀରା, ବାବା ମାଆଙ୍କ ପାଖକୁ ଧାଇଁଲେ । ଗଲାବେଳେ ବୀରା କିନ୍ତୁ ପଛକୁ ବୁଲିବୁଲି ଚାହୁଁଥାଏ ;

ସେ ପିଲାଟି ମାତ୍ର ସେଠୁ ଚାଲିଯାଇଥାଏ ।“ଆଜି ରାତିରେ ଗୋଟେ ପାର୍ଟିରେ ଯୋଗଦେବା ପାଇଁ ନିମବଣ ଅଛି । ପାର୍ଟିଟି ପାଶ୍ଚାତ୍ୟ ଢାଞ୍ଚାରେ, ତେଣୁ ଆମ ସମସ୍ତଙ୍କୁ ସେଇ ପ୍ରକାରର ପୋଷାକପତ୍ର ପିନ୍ଧିବାକୁ ପଡ଼ିବ
ମାନେ ସ୍ୱତବ ପୋଷାକ ପିନ୍ଧିବାକୁ ପଡ଼ିବ ।” ଗୋଟେ ସୁନେଲି ଲଫାପା ଭିତରୁ କାର୍ଡ଼ଟିକୁ ପଢ଼ି ସମୀରା କହିଲା । ମିଃ. ଓ ମିସେସ୍ ମାହେଶ୍ୱରୀ ସ୍ପା ମସାଜ୍ ପାଇଁ ବ୍ୟବସ୍ଥା କରିଥିବାରୁ, ସେମାନେ ଏ ପାର୍ଟିରେ ଯୋଗ ଦେଇପାରିବେ ନାହିଁ ।

ଭଉଣୀ ଦି’ଜଣ ସେମାନଙ୍କ ରୁମ୍‌ରେ ଥିଲେ । ବୀରା ହଟ୍ ଚକୋଲେଟ୍‌ ପିଉଥିଲାବେଳେ, ସମୀରା ନିମବଣ ପତ୍ରଟିକୁ ପଢ଼ି ଶୁଣେଇଲା । ସେମାନଙ୍କ ରୁମ୍‌ଟି ସତରେ ଖୁବ୍ ଆକର୍ଷଣୀୟ ଥିଲା – ଦି’ଜଣ ଭୃତ୍ୟ ଓ ଜଣେ ରୋଷେଇୟାର ସୁବିଧା ଯୋଗାଇ ଦିଆଯାଇଥିଲା । ଦୁଇଟି କୁଇନ୍ ସାଇଜ୍ ବେଡ଼୍‌, ଗୋଟେ ଟିଭି, ଗୋଟିଏ ଆର୍ମଚେୟାର୍‌, ଛୋଟ ଫ୍ରିଜ୍ ସହ ବାଲ୍‌କୋନି, ଯେଉଁଠି ଗୋଟେ ଛୋଟ ସୁଇମିଂଗ୍ ପୁଲ୍ ଥିଲା । ଚଟାଣ ଉପରେ କାର୍ପେଟ – ରୁମ୍‌ଟିକୁ ଆହୁରି ସୁନ୍ଦର କରୁଥିଲା । “ହଁ ଶୁଣ୍‌, ଆମକୁ ଟେବୁଲ ନମ୍ବର ଚାରି ମିଳିଛି । ସେଠି ଆଉ ଦୁଇଜଣ ବି ଆମ ସହ ବସିବେ । ଲାଗୁଛି ଯେମିତି ପୁରୁଣା କ୍ଲାସିକ୍ ହଲିଉଡ଼୍‌ ପାର୍ଟି । ଆମେ ଯିବା ନା ?” ସମୀରା କହିଲା ।

କ୍ରମଶଃ

Leave A Reply

Your email address will not be published.