ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା ଖୁସି ହୋଇଗଲା, “ନିଶ୍ଚୟ, ଆମେ ନିଶ୍ଚୟ ଯିବା ନା!” ସମୀରା ଉଠି ପଡ଼ି କହିଲା, “ଚାଲ, ତା’ହେଲେ ଆମ ପାର୍ଟି ଡ୍ରେସ୍ ସବୁ କାଢ଼ିବା ।”
“ବୀରା, ଏ ବୀରା, ରେଡ଼ି ହେଲୁଣି?” ପାର୍ଟିକୁ ଯିବାପାଇଁ ଖୁବ୍ ଉତ୍ସୁକ ସମୀରା ପଚାରିଲା । ସ୍ଲିଭ୍ଲେସ୍ କଳା ଛୋଟ ପାର୍ଟି ଫ୍ରକ୍ ସାଂଗକୁ, ମ୍ୟାଚିଂଗ୍ କାନଫୁଲ ଆଉ ସେ କେଶ ଖୋଲା ଛାଡ଼ି ଦେଇଥାଏ ।
‘ୱାନ୍ ସୋଲ୍ଡ଼ରଡ଼୍’ ଓ ଅନେକ କୁଂଜରେ ସଜ୍ଜିତ ଏକ ସୁନ୍ଦର ସୁନେଲୀ ଫ୍ରକ୍ ପିନ୍ଧି ବୀରା ବି ଖୁବ୍ ସୁନ୍ଦର ଲାଗୁଥିଲା । ସେ କେଶରେ ତାରା ପରି କିଛି କ୍ଲିପ୍ ସଜେଇ ତା\’ କେଶ ବି ଖୋଲାଛାଡ଼ି ଦେଇଥିଲା ।
“ବାଃ, ଦି’! ବହୁତ ସୁନ୍ଦର ଲାଗୁଛ ।” ବୀରା ଖୁସିରେ କହିଉଠିଲା । “ହୁଁ, ତୋ’ଠୁ କମ୍… ଯିବା ତା’ହେଲେ?” ଟିକେ ହସି ସମୀରା କହିଲା ।
“ହେଇ, ସେଇଠି ଟେବୁଲ ନଂ ୪” – ଗୋଟେ ଟେବୁଲ ଆଡ଼କୁ ଆଙ୍ଗୁଠି ଦେଖେଇ ବୀରା କହିଲା ତ ଦୁଇଜଣଯାକ ସେଇ ଆଡ଼କୁ ଚାଲିଲେ । ଦୁଇଜଣ ଲୋକ ଆଗରୁ ସେଠି ବସିଥିଲେ । “ଏଇ, ସେମାନେ ବୋଧହୁଏ ଆମ ଟେବୁଲ୍ର ହିଁ ହୋଇଥିବେ,” ସମୀରା ଚୁପ୍ଚୁପ୍ କରି ବୀରା କାନରେ କହୁଥିଲା ।
“କ୍ଷମା କରିବେ… ଆମେ ବି ଏଠି… । ଆରେ! ସିଡ଼୍!…” ବୀରା ପାଟିରୁ ରେ “ଆରେ ସିଡ଼୍” ବୋଲି ବାହାରିଗଲା, ଯେତେବେଳେ ସେ ଦୁଇଜଣ ଏମାନଙ୍କ କଥାଶୁଣି ବୁଲି ଚାହିଁଲେ । ବୀରା ନିଜର ନାଁ କହିବା ସହ ସମୀରାର ପରିଚୟ କରାଇନେଲା ।
ସିଡ଼୍ ମଧ୍ୟ ତା’ ବଡ଼ଭାଇ ରୋହାନ୍ର ପରିଚୟ କରାଇଦେଲା ପରେ, ଚାରିଜଣ ଯାକ ଖୁସି ହୋଇ ଗପସପ କରିବାକୁ ଲାଗିଲେ । ସିଡ଼୍ ପଚାରିଲା, “ଆଉ ତମମାନଙ୍କ ବିଷୟରେ କିଛି ଶୁଣାଅ । ଏ ଜାହାଜରେ କେମିତି?” ସମୀରାକୁ ଆଖି ଠାରି ଟିକେ ଫ୍ଲର୍ଟ୍ କଲାପରି ହସି ବୀରା କହିଲା, “ଅଜଣାଲୋକଙ୍କୁ ଆମେ କିଛି କହୁନି । ହଁ, ଦୁଇଜଣ ସୁନ୍ଦର ଯୁବକଙ୍କ ପାଇଁ କିଛି ବ୍ୟତିକ୍ରମ କରାଯାଇପାରେ ।”
କ୍ରମଶଃ
Comments are closed.