Latest Odisha News

BREAKING NEWS

କବିତା : ନିରୁଦ୍ଦିଷ୍ଟ ସ୍ବର

ଗଦଧର ସାହୁ

ଟୁଆଁ ଟୁଇଁ ଗପ
ସପନ ହେଲାଣି
ଟୁଇଁଙ୍କିଲି ଟୁଇଁଙ୍କିଲି ପାଇଁ,
ଜେଜି ମାଆ ସ୍ଵର
ନୀରବି ଯାଇଛି
ଜରା ନିବାସରେ ରହି ।

ଘରକୁ ବୈକୁଣ୍ଠ
ପୁର କରିଥିଲା
ସେନେହ ମମତା ଦେଇ,
ସେ କଥା ଉତ୍ତର
ଆଜି ସେ ଖୋଜଇ
ଦୂର ବୃଦ୍ଧାଶ୍ରମେ ରହି ।

ଗପ ଜଣା ଥିଲା
ଗପି ପାରୁ ନାହିଁ
ନାତି କି ନାତୁଣୀ ନାହିଁ,
ଶେଷ ସମୟରେ
ନିଜ ଘର ଲୋକ
ସାତପର ଗଲେ ହୋଇ ।

କାହାକୁ କହିବ
କିଏ ସେ ବୁଝିବ
ତା ମନ ଗହନ ବ୍ୟଥା,
ଜରାଶ୍ରମ କାନ୍ଥେ
ଲୁହରେ ଲେଖିଛି
ତା ଶେଷ ଜୀବନ ଗାଥା ।

ବୟଷ ସରିଲେ
ଯଦି ଆସିପାର
ତା ପଥେ ପଥିକ ହୋଇ,
ତାକୁ ନ ପାଇଲେ
କାନ୍ଥରେ ପଢିବ
ଯାହା ନ ପାରିଛି କହି ।

ବ୍ରହ୍ମଗିରି

Leave A Reply

Your email address will not be published.