ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସମୀରା ଏବଂ ରୋହାନ୍ ଫେରିଲା ବେଳକୁ ବୀରା ଦେଖିଲା ଯେ ରୋହାନ୍ ବି ସିଡ଼୍ ଭଳି ବହୁତ ଖାଦ୍ୟ ତା’ ପ୍ଲେଟ୍ରେ ଆଣିଛି । ଆଉ ତାକୁ ଦେଖି ସମୀରା ମଧ୍ୟ ଚୁପିଚୁପି ହସି ବୀରାକୁ ଏକଥା ଇଶାରାରେ ଦେଖାଇଦେଉଥାଏ । ଏକଥା ଜାଣିପାରି ରୋହାନ୍ କହିଲା, “ତମକୁ ଯଦି ହସ ଲାଗୁଛି ହସ ।”
ସମୀରା ଲାଜରେ ଲାଲ୍ ପଡ଼ିଗଲା । “ନାଇଁ ନାଇଁ । ଆଇ ଆମ୍ ସରି!” ସେ ଦୁଇଜଣଙ୍କର ଏ ପ୍ରକାରର କଥାବାର୍ଚାାକୁ ଲକ୍ଷ୍ୟ କରି ପାରି ନଥିଲା ଭଳି ବାହାନା କରି ସିଡ଼୍ କହିଲା, “ତମେ ଜାଣିଛ କି, ଏମିତି ଏକ ପରମ୍ପରା ଅଛି ଯେ ନୂଆ ନୂଆ ସାଙ୍ଗ ହେଲାବେଳେ, ସମସ୍ତେ ପରସ୍ପରକୁ ଠିକ୍ ଭାବରେ ବୁଝଉଥିବା କିଛି ବିଶେଷଣ ଖୋଜି ବାହାର କରନ୍ତି । ହେଲେ ନିୟମଟା ଏମିତି ଯେ, ଜଣକ ନାଁର ପ୍ରଥମ ଅକ୍ଷର ଆଉ ତା’ ପାଇଁ ବ୍ୟବହାର ହେଉଥିବା ବିଶେଷଣର ପ୍ରଥମ ଅକ୍ଷର ସମାନ ହେବ ।
ଆମେ ଏମିତି କରିବା କି?” କିଛି ସମୟ ନୀରବ ପରେ, ସମସ୍ତେ ନିଜ ନିଜ କାମରେ ଲାଗିଗଲେ, ଏବଂ ବିଶେଷଣ ସବୁ କହିଚାଲିଲେ – ସାକ୍ରେଡ଼୍ ସମୀରା ରାଭିସିଂଗ୍ ରୋହାନ୍ ଭାଲିଆନ୍ ବୀରା ସୁପର୍ ସିଡ଼୍ ୟା’ପରେ ସମସ୍ତେ ନିଜ ନିଜକୁ ଚାହିଁ ହସରେ ପାଟି ପଡ଼ିଲେ । ଏମିତି ନିଜ ନିଜର ନାଁକୁ ଥଟ୍ଟା କରୁକରୁ, ସଂଧ୍ୟାଟି ବିତିଗଲା । ପରଦିନ ସକାଳେ ରୋହାନ୍ ଏବଂ ସିଡ଼୍ ସହ ଭେଟ ହେବାରୁ ଯୋଜନା ସ୍ଥିର କରି ସମୀରା ଓ ବୀରା ନିଜ ରୁମ୍କୁ ଫେରିଗଲେ । ପାର୍ଟିରେ ରୋହାନ୍ ଏବଂ ସିଡ଼୍ଙ୍କ ବିଷୟରେ କଥା ହେଉହେଉ ଦୁଇ ଭଉଣୀ, ପାର୍ଟି ଡ୍ରେସ୍ ନ ଓହ୍ଲାଇ ସେମିତି ନିଜ
ଖଟ ଉପରେ ଶୋଇଯାଇଛନ୍ତି ।
ହଠାତ୍ ବୀରା ପ୍ରକୃତିସ୍ଥ ହେଲା ଓ ଭାବିବାରେ ଲାଗିଲା, “କିଏ? ସିଡ଼୍…ନା ରୋହାନ୍?”
ଚା’ ବିକାଳି ପିଲାଟି ତା’ ଉଦ୍ଦେଶ୍ୟରେ ପାଟି କରି ଡାକୁଛି ବୋଲି ଜାଣୁଥିଲେ ବି ସେ କିଛି ଉତ୍ତର ଦେଇପାରିଲାନି । ତା’ କାନରେ କର୍କଶ ସ୍ୱରଟିଏ ବାଜୁଥାଏ, “ଏ କଂଜୁସ୍, ଇଆଡ଼େ ଆସ ।” ଏ “କଂଜୁସ” ଶବ୍ଦଟି ବୀରାକୁ ଅନେକ ସ୍ମୃତି ବିଜଡ଼ିତ ସମୟ ଆଡ଼କୁ ନେଇଯାଉଥିଲା ।
Comments are closed.