ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ଜୀବନର ନିର୍ଦ୍ଧିଷ୍ଟ ଲକ୍ଷ୍ୟ ହିଁ ବ୍ୟକ୍ତିକୁ ତାର ଭବିଷ୍ୟତ ଗଠନ କରିବାରେ ସହାୟକ ହୁଏ । ଲକ୍ଷ୍ୟହୀନ ଜୀବନ ଜୀବନ ନୁହେଁ । ଲକ୍ଷ୍ୟହୀନ ଜୀବନ ସମାଜର ମଙ୍ଗଳ କରିପାରେନା । ଯେଉଁ ସମାଜ ଆମକୁ ମଣିଷ କରିଛି । ଯେଉଁ ମାଟିରୁ ପାଣି ପବନ ଫଳ ପାଇ ଆମର ଏ ଶରୀର ପରିପୃଷ୍ଟ । ତାହା ପାଇଁ କିଛି କାର୍ଯ୍ୟ କରିବା କେବଳ ଆମର ସାମାଜିକ କର୍ତ୍ତବ୍ୟ ନୁହେଁ, ନୈତିକ କର୍ତ୍ତବ୍ୟ ମଧ୍ୟ । ଲକ୍ଷ୍ୟ ନ ଥିବା ଜୀବନ ନାବିକ ବିହୀନ ନୌକା ପରି । ସମୟର ସ୍ରୋତରେ ତାକୁ କୂଳରେ ଲଗାଇପାରେ କିମ୍ବା ଜଳମଗ୍ନ କରିପାରେ । ଲକ୍ଷ୍ୟ ସାଧନ ନିମିତ୍ତ ସଦା ନିଜକୁ ପ୍ରସ୍ତୁତ ରଖିବା ଦରକାର । ଏଥି ନିମିତ୍ତ ଆଦ୍ୟ ଯୌବନ ହିଁ ପ୍ରକୃଷ୍ଟ ସମୟ । ସେହି ସମୟରୁ ନିଜ ଭବିଷ୍ୟତର ଲକ୍ଷ୍ୟ ନିର୍ଦ୍ଧିଷ୍ଟ କରିବା ଦରକାର । ଲକ୍ଷ୍ୟ ପୂରଣ ପାଇଁ ନିରବଛିନ୍ନ ସାଧନା ଦରକାର । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଅବସ୍ଥାର ଶୃଙ୍ଖଳା । ଜୀବନ ହେଉଛି ଏକ ମାରାଥନ୍ ଶୃଙ୍ଖଳା । କଠିନ ପରିଶ୍ରମ ସଫଳତା ଆଣିଦିଏ । ସଫଳତା ଏକ ଲକ୍ଷ୍ୟ ନୁହେଁ, ଏକ ଯାତ୍ରା । ସଫଳତାର କୌଣସି ସୀମା ସରହଦ ନାହିଁ । ପ୍ରତିଶ୍ରୁତିବଦ୍ଧତା, ପ୍ରଚେଷ୍ଟା, ଆଞଗନିୟବଣ ଏବଂ ଶୃଙ୍ଖଳା ରଖି ଆଗକୁ ବଢ଼ିଲେ ସଫଳତା ମିଳିଥାଏ । ସଫଳତାର କୌଣସି ଅନ୍ତିମ ବିନ୍ଦୁ ନାହିଁ । ସଫଳତା ଏକ ମାନସିକତା, ଏକ ଅଭ୍ୟାସ ଓ ଏକ ନିଶା । ଆଞଗ-ଅନୁସନ୍ଧାନ ଯାତ୍ରା ହିଁ ମାନସିକ ଅପରିଷ୍କାରତାକୁ ଦୂର କରେ । ଫଳସ୍ୱରୂପ ପ୍ରେମ ଏବଂ କରୁଣାରେ ପରିପୂର୍ଣ୍ଣ ଏକ ସନ୍ତୁଳିତ ମନ ସୃଷ୍ଟି ହୁଏ । ଜଣେ ବ୍ୟକ୍ତି ଫୁଲକୁ କହିଲା- ଆସନ୍ତା କାଲି ତୁମେ ଶୁଖିଯିବ ।
ତେବେ ତୁମେ କାହିଁକି ହସୁଛ? ଫୁଲ ଚୁପ୍ ରହିଲା ।ଏକ ପ୍ରଜାପତି ଆସିଲା, କିଛି ସମୟ ପାଇଁ ଫୁଲକୁ ଉପଭୋଗ କଲା, ଏବଂ ପରେ ଉଡିଗଲା । ଏକ ଘୂର୍ଣ୍ଣିବାତ୍ୟା ଆସିଲା । ଫୁଲକୁ ଦେଖି ଗୀତ ଗାଇଲା । ଏକ ମହୁମାଛି ଆସିଲା । ଫୁଲକୁ ସ୍ପର୍ଶ କଲା । ଏହାକୁ ଦେଖି ହସିଲା ଏବଂ ତା’ପରେ ଖେଳିବା ଆରମ୍ଭ କଲା । ତା’ପରେ ଫୁଲ କହିଲା- ବନ୍ଧୁ ! କିଛି କ୍ଷଣ ପାଇଁ ମୋର ଜୀବନ । କିନ୍ତୁ ମୋ ଜୀବନ ଦ୍ୱାରା ଅନ୍ୟମାନେ ଖୁସି । ଆପଣ କେବେ ଭାବିଛନ୍ତି କି? ଆସନ୍ତା କାଲି ବିଷୟରେ? ତେବେ ଅଧିକ ଚିନ୍ତା କରି, ମୁଁ ଆଜିର ଆନନ୍ଦରେ କାହିଁକି ବିରାମ ଦେବି? ମାଟି ଦ୍ୱାରା ଦିଆଯାଇଥିବା ରଙ୍ଗ, ରସ, ଗନ୍ଧକୁ କାହିଁକି ବଦନାମ କରିବି? ମୁଁ ହସେ, କାରଣ ମୁଁ ଜାଣେ କିପରି ହସିବି । ମୁଁ ଫୁଲ, ଫୁଟିବା ମୋର ସୌଭାଗ୍ୟ । ଯଦି ଦୂରେଇ ଯାଏ । ଆସନ୍ତାକାଲି ପୁଣି ଏକ ନୂଆ ଫୁଲ ଫୁଟିବ । ହସ କେବେ ବନ୍ଦ ହୋଇନାହିଁ କି ସୁଗନ୍ଧ…. ଏଇତ… ଜୀବନ ଏକ ଶୃଙ୍ଖଳା ।