Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୩୦)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ଠିକ୍ ଅଛି, ତା’ହେଲେ ଅଧଘଚୋ ପରେ ପୋର୍ଟରେ ଦେଖା ହେବା”, ସମୀରା ଆଖିରେ  ଆଖି ମିଶେଇ ବୀରା କହିଲା । ପୋର୍ଟ କହିଲେ ଜାହାଜ କର୍ମଚାରୀମାନେ ବ୍ୟବସ୍ଥା କରିଥିବା ଗୋଟେ ବିଶାଳକାୟ
କାଠପଟାର ଚଟାଣ, ଯାହା ଜଳସ୍ତରଠାରୁ ସାମାନ୍ୟ ଉଚ୍ଚରେ । ସମୁଦ୍ରର ନୀଳପାଣି ଏଇ ଚଟାଣ ଦେହରେ ଘଷିହେଉଥାଏ । କେତେବେଳେ କେମିତି ଗୋଟିଏ ଦୁଇଟି ମାଛ, ପାଣିସହ ଉଠିଆସି ପଡ଼ିଯା’ନ୍ତି ଏ ଚଟାଣ ଉପରେ । ସ୍ଥଳଭାଗର ଏକ ବହୁତ ବଡ଼ ଅଂଚଳ ସହ ଏ ପୋର୍ଟଟି ଯେଉଁଠି ସଂଯୁକ୍ତ ହୋଇଥାଏ, ସେଇଠି କେବଳ ଜାହାଜର ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବିରାଟ ମେଳାଟିଏ ଲାଗିଥାଏ । ଯାତ୍ରୀମାନେ ବିଭିନ୍ନ ପ୍ରକାରର ଜିନିଷ କିଣାକିଣି କରୁଥା’ନ୍ତି ଆଉ କେତେଜଣ ସେଠାରେ ଥିବା ବିଭିନ୍ନ ଖେଳରେ ମଜ୍ଜି ଯାଇଥା’ନ୍ତି ।

ଏସବୁ ଦେଖି ଭାରି ଖୁସି ହୋଇ ବୀରା କହିଲା, “ଆରେ ! ବାହ୍‌, ଶୀଘ୍ର ଚାଲ ଦୋକାନସବୁ ବୁଲିବା ।” ସିଡ଼୍ ମୁଣ୍ଡ ହଲେଇ ମନା କଲା, “ନାଇଁ ନାଇଁ, ପୁରା ସକାଳ ଗୋଟାକ ଯାକ ଦୋକାନ ବୁଲିକି ନଷ୍ଟ କରିବାନି ।” ବୀରା ପଚାରିଲା, “କାହିଁକି ଶୁଣେ?” । “କାହିଁକି ନା ମୁଁ ଜାଣିଛି ଯେ ଆମେ ଖୁବ୍ ଶୀଘ୍ର ତ ଯିବା, କିନ୍ତୁ ଫେରିଲା ବେଳକୁ ଖୁବ୍ ଡେରି ହେବ,” ଅତି ହାଲ୍‌କା ଭାବରେ ସିଡ଼୍ କହିଲା ।

ଏକଥା ଶୁଣି ରୋହାନ୍‌କୁ ଚାହିଁ, ଟିକେ ହସି ସମୀରା କହିଲା, “ଠିକ୍ ଅଛି । ଚାଲ ଆମେ ଅଲଗା ଅଲଗା ବୁଲିବା । ମୁଁ ଏବଂ ସିଡ଼୍ ଖେଳ ପାଖକୁ ଯାଉଛୁ । ତମେ ଦୁଇଜଣ ଦୋକାନ ବୁଲାବୁଲି କରୁଥାଅ ।” ରୋହାନ୍ କିଛି କହିବାକୁ ଚାହୁଁଥିଲା, କିନ୍ତୁ ବୀରା ସେତେବେଳକୁ ଦୋକାନ ଆଡ଼କୁ ମୁହାଁଇ ସାରିଥିଲା । ତେଣୁ ସେ ବୀରା ପଛେ ପଛେ ଅନିଚ୍ଛା ସତ୍ତ୍ୱେ  ଯିବାକୁ ବାଧ୍ୟ ହେଲା । ଆଉ ଯିବା ପୂର୍ବରୁ ସିଡ଼୍ ଓ ସମୀରାକୁ ରାଗିକି ଖାଇଗଲା ଭଳି ଥରେ ଚାହିଁ ଗଲା । ପ୍ଲାନ୍ କରି ସମୀରାଠୁଁ ରୋହାନ୍‌କୁ ଅଲଗା ପଠେଇ ଦେଇଥିବାରୁ ସମୀରାର ବୁଦ୍ଧିକୁ ତାରିଫ୍ କରି ସିଡ଼୍ ହସିଲା । ତା’ ସାଂଗେ ସାଂଗେ ସମୀରା ବି ରୋହାନ୍ ମୁହଁରେ
ପ୍ରତିକ୍ରିୟା ଦେଖି ମଜା ନେଇଥଲା ।

Leave A Reply

Your email address will not be published.