Latest Odisha News

BREAKING NEWS

ବୈଷ୍ଣୋଦେବୀ ଯାଉଥିବାବେଳେ ବ୍ରିଜ ତଳକୁ ଖସିପଡିଲା ବସ୍: ୧୦ ମୃତ

ଶ୍ରୀନଗର: ବୈଷ୍ଣୋେଦବୀ ଯାତ୍ରାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ।  ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ବସଟି ଅମୃତସରରୁ ବୈଷ୍ଣୋଦେବୀ ଯାଉଥିଲା । ବସରେ ପ୍ରାୟ ୭୫ ଜଣ ଯାତ୍ରୀ ଥିଲେ । ଜାତୀୟ ରାଜପଥ- ୪୪ରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବସଟି ଏକ ପୋଲ ତଳକୁ ଖସି ପଡିଥିଲା । ଦୁର୍ଘଟଣା କଟରାର ରିୟାସି ଜିଲ୍ଲାରେ ଘଟିଛି ।  ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆହୁରି ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତଙ୍କୁ ଜମ୍ମୁର ଜିଏମସି ହସ୍ପିଟାଲକୁ ନିଆଯାଇଥିଲା । ସମସ୍ତ ମୃତାହତ ବିହାର ରାଜ୍ୟର ବୋଲି ଜଣାଯାଇଛି ।

Leave A Reply

Your email address will not be published.