ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ହଁ ଦି’, ଖୁବ୍ ଭୟଙ୍କର ସ୍ୱପ୍ନଟେ ଥିଲା – ତମେ ମତେ ଛାଡ଼ି ପଳେଇ ଯାଉଛ… ଏଇଟା ମୋ’ ଭାଗ୍ୟ କହି…” ଥରିଯାଉଥିବା କଣ୍ଠସ୍ୱରକୁ ସ୍ଥିର ରଖିବାକୁ ଚେଷ୍ଟା କରି ବୀରା କହୁଥିଲା । “ଓହୋ! ଇଏ ତ ଗୋଟେ ସ୍ୱପ୍ନ ବୀରା! ବ୍ୟସ୍ତ ହଅନା ଏତେ । ମୁଁ କହୁଛି ନା ସବୁ ଠିକ୍ ହେଇଯିବ । ଏମିତି ବ୍ୟସ୍ତ ହଅନା ।” ବୀରାକୁ ଆବୋରି ନେଇ ଗେହ୍ଲେଇ କରି ସମୀରା କହିଲା । ମୁଣ୍ଡ ଟୁଂଗାରି ଦେଇ ବୀରା ଟେବୁଲ୍ ଘଚାାକୁ ଚାହିଁଲା । ସନ୍ଧ୍ୟା ପାଞ୍ଚଟା ।
“ମୋ ପାଇଁ ଗୋଟେ କଡ଼ା ଚା’ ବନେଇ ଦବ କି ଦି’?” ନିଜ ସାନଭଉଣୀକୁ ଆଦରରେ ଥାପୁଡ଼େଇ ଦେଇ ସମୀରା ଉଠିଲା । ନିଜକୁ ଶାନ୍ତ ରଖିବାକୁ ଚେଷ୍ଟାକରି ବୀରା ଆଶ୍ୱସ୍ତ ହଉଥିଲା ଯେ ଏଇଟା କେବଳ ଗୋଟେ ସ୍ୱପ୍ନ ହିଁ । ତଥାପି ତାକୁ ଲାଗୁଥିଲା ଯେମିତି କିଛି ଗୋଟେ ଖରାପ ଘଟିବାକୁ ଯାଉଛି । ବହୁତ ଭୟଙ୍କର କିଛି…!
ବର୍ତ୍ତମାନ ତା’ର ସେଇ ଦୁର୍ଭାଗ୍ୟଜନକ ଦିନକଥା ମନେ ପଡ଼ିଗଲା । କାହାର ବି ଧାରଣା ନଥିଲା ଯେ ଗୋଟେ ବିରାଟକାୟ ଝଡ଼ ସେମାନଙ୍କ ଜୀବନକୁ କବିଳିତ କରିବାକୁ ଯାଉଚି । ଜାହାଜର କ୍ୟାପ୍ଟେନ୍ ଓ କର୍ମଚାରୀଙ୍କ ପରି ତାକୁ ବି କିଛି ବୁଦ୍ଧି ଦିଶୁନଥିଲା । ଏ ବିଷୟରେ ପଛରେ ସେ ଯେତେବେଳେ ଭାବିଲା, ନିଜର ଜଣେ ଭଲ କର୍ମଚାରୀଙ୍କୁ ହରାଇ ସାରିବା ପରେ, ଜାହାଜ କର୍ମଚାରୀଙ୍କ ଭିତରେ ହୋଇଥିବା କଥାବାର୍ତ୍ତା ଶୁଣି ନେଇଥିବା ପରି ତାକୁ ଲାଗିଲା । ତେବେ ସତରେ ଏଇଟା ତା\’ର କଳ୍ପନା ଥିଲା ନା ସେ କ୍ୟାପ୍ଟେନ୍ଙ୍କ ମନକଥା ଠିକ୍ ଠିକ୍ ପଢ଼ିପାରିଥିଲା, ସେ କଥା କିଛି ଜଣା ପଡ଼ିଲା ନାହିଁ । ସେସବୁ ଏବେ ଇତିହାସ ।
କ୍ୟାପ୍ଟେନ୍ ଜୋସ୍ ପିଟରସନ୍ ଜଣେ ଖୁବ୍ ଥଣ୍ଡା ମିଜାଜ୍ର ମଣିଷ ଥିଲେ । ଅତି ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମାଧାନ କରିପାରିବାରେ ନିଜର ଦକ୍ଷତା ପାଇଁ ସେ ଖୁବ୍ ଆଦରଣୀୟ ଥିଲେ । ସେଇ ମୁହୂର୍ତ୍ତରେ, ସେ ନିଜ ଅଫିସ୍ରେ ବସି ନିଜ ସ୍ତ୍ରୀ ଆଣ୍ଡ୍ରିଆ ପିଟରସନ୍ଙ୍କ ଫଟୋ ଦେଖି ଦେଖି ନାଲି ଚା’ର ମଜା ନେଉଥିଲେ । ଏତିକିବେଳେ ମିଃ. କ୍ରିଷ୍ଣମୂର୍ତ୍ତି ଝଡ଼ ପରି ହଠାତ୍ ତାଙ୍କ କ୍ୟାବିନ୍କୁ ପଶିଆସିଲେ । କ୍ୟାପ୍ଟେନ୍, କଳା କେଶଯୁକ୍ତ ଏଇ ମଣିଷଟିର ଏପରି ବ୍ୟବହାରରେ ଚମ୍କି ପଡ଼ି ତାଙ୍କୁ ଚାହିଁଲେ ।
କ୍ରମଶଃ
Comments are closed.