ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ମୁଁ ଭାବୁଛି, ଏ ପ୍ରଶ୍ନର ଉଚାର କେବେ ବି ମିଳିବନି ।” ବିମର୍ଷ ସ୍ୱରରେ ମ୍ୟାଥ୍ୟୁ କହିଲେ । “ତା’ହେଲେ କ’ଣ ଏବେ ଯାଇ ଲାସ୍କୁ ଲୁଚେଇଦେବା?” ହତାଶାରେ ଦି’ହାତକୁ ଛନ୍ଦି ଲୁକାସ୍ ପଚାରିଲେ ।
ସମସ୍ତେ କ୍ୟାପ୍ଟେନ୍ଙ୍କ ଆଡ଼କୁ ଚାହିଁବାରୁ ସେ ମୁଣ୍ଡ ହଲେଇ ମନାକଲେ । “ନା, ଏବେ କରିହବନି । ଜାହାଜସାରା ଲୋକ ଖେଳେଇ ହେଇ ଅଛନ୍ତି । ଲୁଚେଇବା କାଠିକର ହବ ।” “ତା’ହେଲେ କେମିତି କ’ଣ କରିବା?” ଧୀର ସ୍ୱରରେ କ୍ରିଷ୍ଣମୂର୍ତ୍ତି ପଚାରିଲେ । “ଅବଶ୍ୟ
ମୁଁ ଠିକ୍ ଜାଣିନି… କ ‘ଣ ଫିଙ୍ଗିଦେବା?” ମ୍ୟାଥ୍ୟୁ ପଚାରିଲେ । ଜବାବରେ କିଛି କହିବା ପାଇଁ କ୍ୟାପ୍ଟେନ୍ ପାଟି ଖୋଲିଛନ୍ତି କି ନାହିଁ ଆଲାର୍ମଟା ଖୁବ୍ ଜୋର୍ରେ ବାଜି ଉଠିଲା । ଚଟ୍କିନା ଛିଡ଼ା ହୋଇଯାଇ ଲୁକାସ୍ କହିପକାଇଲା, “ହେ ଭଗବାନ!” ପରସ୍ପର ସହିତ ଆଖି ମିଶାଇ, ମ୍ୟାଥ୍ୟୁ ଓ କ୍ରିଷ୍ଣମୂର୍ତ୍ତି ରୁମ୍ରୁ ବାହାରିଗଲା ବେଳେ, ଅଧ ଘଣ୍ଟାଏ ଭିତରେ ଏମର୍ଜେନ୍ସି ହଲ୍ରେ ଭେଟ ହେବା ପାଇଁ କହିଦେଇ ଗଲେ । ପଛେ ପଛେ ଲୁକାସ୍ ବି ବାହାରିଗଲା । କ୍ୟାପ୍ଟେନ୍ ପିଟରସନ୍ କାଠ ଭଳି ଛିଡ଼ା ହୋଇଥା’ନ୍ତି । ଆଲାର୍ମ ଶବ୍ଦକୁ ସେ ଏବେ ଦ୍ୱିତୀୟ ଥର ପାଇଁ ଶୁଣୁଛନ୍ତି । ପ୍ରଥମ ଥର ଯେବେ ଶୁଣିଥିଲେ… ଓହୋ… ସେ କଥା… ସେ ଏବେ
ମନେପକେଇବାକୁ ଚାହାନ୍ତି ନାହିଁ । ଏତିକିବେଳେ, ତାଙ୍କ ମୁଣ୍ଡ ଭିତରକୁ ଯେଉଁ ଠାକୁରଙ୍କ ନାଁ ଆସିଲା, ତାଙ୍କୁ ପ୍ରାର୍ଥନା କରି ରୁମ୍ରୁ ବାହାରିଗଲେ ।
ସେ ଜାଣିଥିଲେ, ସେ ଜାଣିଥିଲେ ଯେ, କେବଳ ଅତ୍ୟନ୍ତ ଜରୁରୀ ପରିସ୍ଥିତିରେ ହିଁ ଆଲାର୍ମ ବେଲ୍ ବାଜେ । ଏ ବେଲ୍ର ଅର୍ଥ କେବଳ ଦୁଇଟା ହିଁ ହୋଇପାରେ – ଗୋଟିଏ ଭୟଙ୍କର ସଙ୍କଟ , ଅନ୍ୟଟି ମୃତ୍ୟୁ ।
କ୍ରମଶଃ
Comments are closed.