ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ତା’ହେଲେ ତମେ ଏକଥା ବି ନିଶ୍ଚୟ ଜାଣିଥିବ ଯେ ସେ କୋଉ କାମରେ ବ୍ୟସ୍ତ ଅଛନ୍ତି!” – ଙ୍କ କଥାର ଗୋଟେ ବି ଶବ୍ଦ ସେ ବିଶ୍ୱାସ କରୁନାହାନ୍ତି ବୋଲି ଜଣେଇଦେବା ସ୍ୱରରେ ମିଃ. ଆଲାଷ୍ଟର କହିଲେ । ଏତକ ଶୁଣି କ୍ୟାପ୍ଟେନ୍ଙ୍କର ଇଚ୍ଛା ହେଲା ସେ ଲୋକକୁ ସେ ମୁଥଟେ ପକାନ୍ତେ କି! କିନ୍ତୁ ଏମିତି କିଛି ଘଟିବା ପୂର୍ବରୁ
ମିଃ. ଆଲାଷ୍ଟର ପୁଣି ଗପିବା ଆରମ୍ଭ କଲେ ।
“ମତେ ଜମା ଏକଥା ଶୁଣାଅନି ଯେ ଏଇଟା ସେଡ଼୍ରିକ୍ ଓ ତମ ଭିତରେ ବ୍ୟକ୍ତିଗତ କଥା । କାରଣ ମୁଁ ଭଲଭାବରେ ଜାଣେ ଯେ ତମ ଦୁହିଁଙ୍କ ସମ୍ପର୍କ ସମ୍ପୂର୍ଣ୍ଣ ଭାବରେ ବୃଚାିଗତ । ୟାଡ଼ୁସ୍ୟାଡ଼ୁ କଥା ବିଲ୍କୁଲ କୁହନି । ମୁଁ ତମ୍ ବକ୍ବାସ କିଛି ଶୁଣିବାକୁ ଚାହୁଁନି ।”
“ଆଲାଷ୍ଟର! ତମେ ସୀମା ବାହାରକୁ ଚାଲିଯାଉଛ ।” ସବୁ ଭଦ୍ରତା ଭୁଲି ଧୈର୍ଯ୍ୟଚ୍ୟୁତ କ୍ୟାପ୍ଟେନ୍ ଗର୍ଜି ଉଠିଲେ ।
ରାଗରେ ଥରି ଉଠୁଥା’ନ୍ତି କ୍ରୀଷ୍ଣମୁର୍ତ୍ତି । ଅସ୍ୱାଭାବିକ ଭାବେ କମ୍ପି ଉଠୁଥିବା ସ୍ୱରରେ ପ୍ରଥମେ ଧୀରେ ଧୀରେ କହିଲେ, “ମୋ’ର ଚବିଶବର୍ଷର ଚାକିରୀ କାଳ ଭିତରେ ମତେ କେହି ଏମିତି ଭାବରେ ଅପମାନିତ କରି ନଥିଲେ ।” ତା’ପରେ ଗଭୀର ଏକ ନିଃଶ୍ୱାସ ନେଇ, ଶାନ୍ତ ରହିବାକୁ ଚେଷ୍ଟାକରି କହିଚାଲିଲେ, “ୟା ଅର୍ଥ ଏକଥା ବି ନୁହଁ ଯେ ତମେ ତମର ଉପରିସ୍ଥ ଅଧିକାରୀ ବା ଜାହାଜର ଯେକୌଣସି ବି କର୍ମଚାରୀଙ୍କୁ ଅବଜ୍ଞା କରି ଏ ପ୍ରକାରର କଥାବାର୍ତ୍ତା କରିବାଟା ବି ମୁଁ ସହିଯିବି । ଇନ୍ଧନ ଭର୍ଚାିକରିବାକୁ ଦୁଇଦିନ ପରେ ପାଖ ବନ୍ଦରରେ ଯେତେବେଳେ ଜାହାଜ ଅଟକିବ, ତମ ଜିନିଷପତ୍ର ଧରି ତମେ ଆଗ ଓହ୍ଲେଇବ । ଆଉ କେବେ
ଫେରିବନି । ସ୍ପଷ୍ଟ ଶବ୍ଦରେ କହିଲେ, ତମ ଚାକିରୀ ଏଥର ଗଲା ବୋଲି ଜାଣ, ମିଃ. ଆଲାଷ୍ଟର ।”
ରୁମ୍ ଭିତରେ ଭୟଙ୍କର ନୀରବତା ।
କେହି ପଦେ ବି କହିବାକୁ ସାହସ କରୁ ନଥା’ନ୍ତି । କାରଣ ସମସ୍ତେ ଜାଣିଥିଲେ ଯେ କ୍ରୀଷ୍ଣମୁର୍ତ୍ତି ଏବେ ରାଗରେ ଫାଟିପଡ଼ିବା ଅବସ୍ଥାରେ । ଭୋ ଭୋ ହୋଇ କାନ୍ଦି ପକେଇ ମିଃ. ଆଲାଷ୍ଟର ରୁମ୍ ଭିତରୁ ବାହାରିଗଲେ ।
କେହି ଜଣେ ଚାପାଗଳାରେ କାହାକୁ କହୁଥିବାର ଶୁଣାଗଲା, “ମିଃ. କ୍ରୀଷ୍ଣମୁର୍ତ୍ତି କ’ଣ ସତରେ ସିରିୟସ୍ ହୋଇ କହୁଛନ୍ତି?”
Comments are closed.