Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୫)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ମିଃ. ଜଗ୍‌ର କେଚା୍ ମ୍ୟାକ୍‌ଡ଼ୋନଲ୍‌ଡ଼!” ରାଗରେ ମିଃ. କ୍ରୀଷ୍ଣମୁର୍ତ୍ତି ଚିତ୍କାର କରିଉଠିଲେ । “ସେଡ଼୍ରିକ୍ ରୋଡ଼୍ରିଗେଜ୍ ଏଇଥିପାଇଁ ମିଟିଂରେ ଯୋଗ ଦେଇ ପାରିଲେନି ଯେ ସେ ଗୋଟେ ଚେୟାର ପରି ନିର୍ଜୀବ ଭାବରେ ତାଙ୍କ ରୁମ୍‌ରେ ଏବେ ପଡ଼ିରହିଚନ୍ତି । ଏକଦମ୍‌ ମୃତପ୍ରାୟ!” ଏତକ ଶୁଣି ରୁମ୍‌ର ସମସ୍ତେ ଭୟ ଓ ଆତଙ୍କରେ ଚିତ୍କାର କରିଉଠିଲେ । ହତବମ୍ବ ହୋଇ ଜଗ୍ ବି ଏ ସମୟରେ ତା\’ର ଏପରି ବ୍ୟବହାର ପାଇଁ ଦୁଃଖପ୍ରକାଶ କଲା ।

ସ୍ୱାଭାବିକ ଅବସ୍ଥାକୁ ଫେରି ଲୁକାସ୍ ଆରମ୍ଭ କଲା, “ଯାହାଟା ଘଟିଯାଇଛି ତା’ ପାଇଁ ବ୍ୟସ୍ତ ହେବା ପରିବର୍ତ୍ତେ ବର୍ତ୍ତମାନର ପରିସ୍ଥିତିରେ କ\’ଣ କରାଯିବା ଉଚିତ୍‌, ସେ ନେଇ ଚିନ୍ତା କରିବା ଆବଶ୍ୟକ ବୋଲି ମୁଁ ଭାବୁଛି ।”

ଜାହାଜର କର୍ମଚାରୀ ଓ ଯାତ୍ରୀମାନେ ଯେମିତି ଆତଙ୍କିତ ନହେବେ, ସେଇଭଳି ଭଙ୍ଗୀରେ ଶାନ୍ତ ଓ ଧୀର ଗଳାରେ କ୍ୟାପ୍‌ଟେନ୍ କହିବାକୁ ଆରମ୍ଭ କଲେ । “ବ୍ୟସ୍ତ ହୁଅନ୍ତୁନି ।

ଯାହା ହେବାର କଥା ହୋଇସାରିଲାଣି । ଆମେ ତ ଆଉକିଛି ବଦଳେଇ ପାରିବାନି । ଆଜି ରାତିରେ ଆପଣମାନେ ନିଜ ନିଜର ଶ୍ରେଷ୍ଠ ପ୍ରୟାସର ଫଳ ଦିଅନ୍ତୁ ବୋଲି ମୁଁ ଆଶା କରିଛି ।”

ତା’ପରେ କାହାର ବ୍ୟସ୍ତ ବିବ୍ରତ ମୁହଁକୁ ନ ଚାହିଁ, କର୍ମଚାରୀମାନଙ୍କୁ ବିଭିନ୍ନ କାର୍ଯ୍ୟ ନିର୍ବାହ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆରମ୍ଭ କଲେ । ମିଲାନ୍ ଓ ଜେକ୍‌କୁ ତାଙ୍କ ଅଫିସ୍‌ରୁ ସି.ପି.ଆଇ(ଉ.ଚ.ଓ ।) ଲେଖାଥିବା ଏକ ନାଲି ଫାଇଲ ଆଣି ମିଃ. କ୍ରୀଷ୍ଣମୁର୍ତ୍ତିଙ୍କ ଅଫିସ୍‌ରେ ତାଙ୍କ ଡେସ୍କ୍ ଉପରେ ରଖିବାକୁ ନିର୍ଦ୍ଦେଶ ଦେଲେ । ଏହାପରେ ଦ୍ୱିତୀୟ ଡେକ୍‌ରେ ଥିବା ଆର୍ଥରଙ୍କୁ ମୁଖ୍ୟ ସମ୍ମିଳନୀ କକ୍ଷରେ ତାଙ୍କ ସହ ସାକ୍ଷାତ କରିବାପାଇଁ ଜଣାଇଦେବାକୁ କହିଲେ । ଏହାପରେ ଆଚୋାନିନ୍ ଓ ଆନ୍ଥୋନିଙ୍କୁ ତୁରନ୍ତ ଇଂଜିନ୍ ପାଖକୁ ଯାଇ ଜାହାଜର ଆଭ୍ୟନ୍ତରୀଣ ଡିଜାଇନ ସମ୍ପୃକ୍ତ ସବୁ କାଗଜପତ୍ର ମିଃ. ମ୍ୟାଥ୍ୟୁଙ୍କ ପାଖରେ ଆଣି ପହଁଞ୍ଚେଇବାକୁ ନିର୍ଦ୍ଦେଶ ଦେଲେ ।

ତାଙ୍କୁ ତାଗିଦ୍ କରିଦେଲେ ଯେମିତି ସେମାନେ ଏକଦମ ସ୍ୱାଭାବିକ ଦେଖାଯାଆନ୍ତି । ଏବଂ ହେଲେନା ପାଖକୁ ଯାଇ ତାଙ୍କୁ ସମ୍ମିଳନୀ କକ୍ଷକୁ ଆସିବାକୁ ଜଣାଇ ଦେବାକୁ ନିର୍ଦ୍ଦେଶ ଦେଲେ ।

କ୍ୟାପ୍‌ଟେନ୍‌ଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତେ ଚାଲିଗଲା ପରେ, ସେ ମ୍ୟାଥ୍ୟୁଙ୍କୁ କହିଲେ, “ତମେ ଏଇଠି ଥାଇ ଘଣ୍ଟାକୁ ଘଣ୍ଟା ମତେ ରିପୋର୍ଟ ଦିଅ । ପ୍ରୋପେଲର୍ ତଦାରଖ କରିବା ପାଇଁ ଶ୍ରେଷ୍ଠ ମେକାନିକାଲ୍ ଇଂଜିନିୟର ଟିମ୍‌କୁ ପଠାଅ । ସେମାନେ ନିଶ୍ଚୟ ଆମେ ଭୋଗୁଥିବା ଏ ସମସ୍ୟାର ସମାଧାନର ପନ୍ଥା କିଛି ଖୋଜି ପାରିବେ – ମୁଁ ଆଶାବାଦୀ ।

Leave A Reply

Your email address will not be published.