Latest Odisha News

BREAKING NEWS

ଭୋଜିରୁ ଫେରୁଥିଲେ: ହାଇୱାକୁ ଧକ୍କା ଦେଲା କାର୍‌, ପରିବାରର ୫ ସଦସ୍ୟ ମୃତ

ବଲାଙ୍ଗୀର: ଜିଲ୍ଲାର ଛୁଇଁବନ୍ଧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱାକୁ ପଛପଟୁ ଧକ୍କା ଦେଲା କାର୍‌। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ କାର ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ମୃତକ ମାନେ ବଲାଙ୍ଗୀର ସହର ରାମଜୀପଡ଼ାର ଆୟୁର୍ବେଦିକ ଚିକିତ୍ସକ ଜୟନ୍ତ ପ୍ରକାଶ ନାଏକଙ୍କ ପରିବାର ସଦସ୍ୟ । ମୃତକଙ୍କ ମଧ୍ୟରେ ତାଙ୍କ ପୁଅ ଆତ୍ମଜ ଓରଫ ଅମନ ନାଏକ, ଝିଅ, ନାତୁଣୀ ଏବଂ ଶାଳକ ରହିଥିବାବେଳେ ଦୁଇ ମହିଳା ଗୁରୁତର ଥିବାରୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବଲାଙ୍ଗୀର ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର ଜବତ କରିବା ସହ ତଦନ୍ତ କରୁଛି ।

Leave A Reply

Your email address will not be published.