ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଏବେ ଜର୍ଜ ଓ କେଟି- ତମେ ଦୁହେଁ ‘ଘ’ ପ୍ରସ୍ଥାନଦ୍ୱାର ଦାୟିତ୍ୱରେ ରହିବ ଯେଉଁ ବାଟ ଦେଇ କେବଳ ଡିଲକ୍ସ ସୁଇଟ୍ର ଯାତ୍ରୀମାନେ ହିଁ ଯିବେ । ସେସବୁ ସୁଇଟ୍ର ଯାତ୍ରୀମାନଙ୍କ ବିବରଣୀ ମୁଁ ତମକୁ
ଦେଇଦେବି । ସେମାନେ ଯିବା ପୂର୍ବରୁ ତାଙ୍କ ଦସ୍ତଖତ ରଖିନେବ । ତମକୁ ବି ତମର ଲାଇଫ୍ ଜ୍ୟାକେଟ୍ ପେଟି ଧରେଇ ଦିଆଯିବ । ସାଧାରଣ କୋଠରୀର ଯାତ୍ରୀମାନଙ୍କ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀମାନଙ୍କ ପାଇଁ ମଧ୍ୟ ଏଇ ସମାନ ପ୍ରକାରର ସୂଚନା । ପ୍ରତ୍ୟେକ ଯାତ୍ରୀଙ୍କୁ ସେମାନେ ଛାଡ଼ୁଥିବା ରୁମ୍ ବିଷୟରେ ପଚାରି ତାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରସ୍ଥାନ ଦ୍ୱାର ଦେଇ ଛାଡ଼ିବାକୁ ହେବ । ବର୍ତ୍ତମାନ ଆମ କାର୍ଯ୍ୟସୂଚୀର ଅବଶିଷ୍ଟ… ।”
“ମୁଁ ଭାବିପାରୁନି ଯେ ଏ ଖବର ଶୁଣି ଯାତ୍ରୀମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବେ! ସେମାନେ ସ୍ତମ୍ଭୀଭୂତ ହୋଇଯାଇ ପାରନ୍ତି ।” ରାଗ ତମତମ ମୁହଁ ଅଥଚ ଅନୁଚ୍ଚ ଗଳାରେ ଜଗ୍ କହିଲା । ତା’ସହ ତାଳଦେଇ ଲୁକାସ୍ ମଧ୍ୟ ଫିସ୍ଫିସ୍ ହେଇ କହିଲା, “ମୁଁ ବୁଝିପାରୁନି ଯେ କ’ଣ ଭାବି କ୍ୟାପ୍ଟେନ୍ ଆମକୁ ସ୍ଥିର ରହିବାକୁ ଉପଦେଶ ଦେଉଥିଲେ?” ତା’ କଥାରେ ଜଗ୍ ମୁଣ୍ଡ ହଲେଇ ସ୧ତି ଜଣାଇଲେ ବି କ୍ୟାପ୍ଟେନ୍ର କଥା ଶୁଣିବାକୁ ବାଧ୍ୟ ହେଲେ ।
କ୍ୟାପ୍ଟେନ୍ ତାଙ୍କ ବକ୍ତବ୍ୟ ଜାରି ରଖିଥାଆନ୍ତି, “…ତେଣୁ ଏଇ ହେଉଛି ଆମର ଯାତ୍ରୀ ନିଷ୍କାସନ ଯୋଜନା । କାହାର କିଛି ପଚାରିବାର ଅଛି କି?” ଏତକ କହିସାରି କ୍ୟାପ୍ଟେନ୍ ତାଙ୍କ କର୍ମଚାରୀଙ୍କ ଉପରେ ଆଖି ବୁଲେଇ ଆଣିଲେ, କାଳେ କିଏ କିଛି ପଚାରିବାକୁ ହାତ ଟେକି ଥିବେ । “ଆଚ୍ଛା ହଁ… କ’ଣ ପଚାରୁଛ ଲୁନା?”
“ସାର୍, ମୁଁ ଦୁଇଟି କଥା ଜାଣିବାକୁ ଚାହୁଁଛି; ଉଭୟ ପ୍ରଶ୍ନ ଲାଇଫ୍ ଜ୍ୟାକେଟ୍କୁ ନେଇ । ପ୍ରଥମ ପ୍ରଶ୍ନ ହେଲା, “ଆମକୁ ଦିଆଯାଇଥିବା ଲାଇଫ୍ ଜ୍ୟାକେଟ୍ ଯଦି ଯଥେଷ୍ଟ ସଂଖ୍ୟକ ନହୋଇଥାଏ, ଏବଂ ଆମେ ଆଉ ଅଧିକ ଦରକାର କରୁ, ତା’ହେଲେ ଜାହାଜର ଯାତ୍ରୀ ଓ କର୍ମଚାରୀମାନଙ୍କ ସଂଖ୍ୟା ମୁତାବକ ଜ୍ୟାକେଟ୍ ଅଛି କି ନା?”
ଅତି ସତର୍କ ହୋଇ ବାଛି ବାଛି କରି ମହିଳା କର୍ମଚାରୀ ଜଣକ ଶବ୍ଦ ପ୍ରୟୋଗ କରୁଥା’ନ୍ତି ଯେମିତିକି କ୍ୟାପ୍ଟେନ୍ ଅପମାନିତ ଅନୁଭବ ନକରନ୍ତି ।
କ୍ରମଶଃ
Comments are closed.