Latest Odisha News

ଏଠି ରାଜନେତା ନିରବ, ବ୍ୟୁରୋକ୍ରାଟ ନେତୃତ୍ବ ନେଉଛନ୍ତି: ଜୁଏଲ ଓରାମ

ସୁନ୍ଦରଗଡ: ସାଂସଦ ଅପରାଜିତା ଷଡ଼ଙ୍ଗୀ ସଚିବଙ୍କୁ ବିରୋଧ କରି ଦେଇଥିବା ମନ୍ତବ୍ୟକୁ ସମର୍ଥନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ। ଫାଇଭ ଟି ସଚିବ ପ୍ରସଙ୍ଗ ଉଠାଇ ଜୁଏଲ ଓରାମ କହିଛନ୍ତି,  ସଚିବ ଯେପରି ଚଳାଇଛନ୍ତି ଆପଣ ଦେଖୁଛନ୍ତି, ମୁଁ ବି ଦେଖୁଛି। ଏଇଟା ପବ୍ଲିକ ଓ ପଲିଟିକାଲ ଲିଡର ବିଚାର କରିବା ଦରକାର ଅଛି। ପଲିଟିକାଲ ଲିଡର ଲିଡ୍‌ କରିବା ଦରକାର ନା ବ୍ୟୁରୋକ୍ରାଟ।

BjdElectrycity

ସେ ଆହୁରି କହିଛନ୍ତି, ବ୍ୟୁରୋକ୍ରାଟ ବ୍ୟୁରୋକ୍ରାଟିକ୍‌ ଓ ପଲିଟିକାଲ ଲିଡର ପଲିଟିକାଲ କାମ କରିବା କଥା। କିନ୍ତୁ ଏଠି ରାଜନେତା ନିରବ, ବ୍ୟୁରୋକ୍ରାଟ ନେତୃତ୍ବ ନେଉଛନ୍ତି। ଆପଣଙ୍କୁ ଲିଡ୍‌ କରିବାକୁ ଜନାଦେଶ ମିଳିଛି, କିନ୍ତୁ ଜଣେ ବ୍ୟୁରୋକ୍ରାଟଙ୍କୁ ଦେଉଛନ୍ତି କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି ଜୁଏଲ ଓରାମ। ସେ ଅପରାଜିତାଙ୍କ କଥାରେ ଏକମତ ବୋଲି କହିଛନ୍ତି।

ସୁଶାସନ ଦେବା ପାଇଁ ସମ୍ବିଧାନ ମୁତାବକ ଏକ ଶାସନ ତନ୍ତ୍ର ଅଛି । ଏଥିରେ ଜନ ପ୍ରତିନିଧି ମାନଙ୍କ ଭୂମିକା ସ୍ପଷ୍ଟ। ଶାସନ ଯଦି ସତରେ ଲୋକାଭିମୁଖୀ ହୋଇଥାନ୍ତା, ତେବେ ଲୋକ ପ୍ରତିନିଧି ଏଥିରେ ବଳିଷ୍ଠ ଭୂମିକା ନେଇଥାନ୍ତେ । କିନ୍ତୁ ଶାସନ ଲୋକାଭିମୁଖୀ ବୋଲି ଯେଉଁ ପ୍ରଯୋଜିତ କାର୍ଯକ୍ରମ ଚାଲିଛି, ତାହା ଜନ ପ୍ରତିନିଧିଙ୍କୁ ଏକ ନିର୍ଦ୍ଧିଷ୍ଟ ଅମଲାଙ୍କ ପାଖରେ କ୍ରୀତଦାସ କରିସାରିଲାଣି । ଗଣତନ୍ତ୍ରରେ ଏହା ଏକ ଭୟଙ୍କର ପରମ୍ପରା ସୃଷ୍ଟି କରୁଛି, ଯାହା ନିର୍ବାଚିତ ବିଧାୟକ, ବିଭାଗୀୟ ମନ୍ତ୍ରୀ, ସଚିବ, ଉନ୍ନୟନ ସଚିବ, ମୁଖ୍ୟ ସଚିବ ଆଦି ସାମ୍ବିଧାନିକ ପଦ ପଦବୀକୁ ନ୍ୟୁନ କରିଚାଲିଛି। ରାଜ୍ୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ନିଜସ୍ଵ ରୂପେ ସ୍ଥାଣୁ, ମୁକ,ବଧିର, ଆଉ କେବଳ ମାତ୍ର ଜଣେ ଅଧିକାରୀ କାର୍ଯ୍ୟରତ । ତାଙ୍କ ଇସାରା ପରେ ଶାସନ ବ୍ୟବସ୍ଥା ଯେପରି ଚାଲେ ,ଏପରିକି ନିର୍ବାଚିତ ମନ୍ତ୍ରୀ ଓ ବିଧାୟକ ମାନେ ମଧ୍ୟ ଆଜି ସଚିବଙ୍କ ଦ୍ୱାରା କ୍ଷମତାଚୁକ୍ତ ହୋଇସାରିଛନ୍ତି ବୋଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ନ ଦେଇ ବିଜେଡ଼ି ପ୍ରବକ୍ତା ବୁଲେଇ ବଙ୍କେଇ ଉତ୍ତର ଦେବା ସ୍ପଷ୍ଟ ହେଉଛି ଯେ ତାଙ୍କ ପାଖରେ କିଛି ଉତ୍ତର ହିଁ ନାହିଁ ବୋଲି ସତ୍ୟବ୍ରତ କହିଛନ୍ତି। ଜଣେ ନେତ୍ରୀ ଲୋକଙ୍କ ଭୋଟରେ ସାଂସଦ ହୋଇଛନ୍ତି । ପର୍ଯ୍ୟବେକ୍ଷକ ଦଳ ତରଫରୁ ନିଯୁକ୍ତ ହୋଇଥାଏ। ବିଜେଡ଼ିର ନେତ୍ରୀ, ଯେ ନିର୍ବାଚନ ଲଢି ନାହାନ୍ତି, ତାଙ୍କୁ ତାଙ୍କ ଦଳ ପର୍ଯ୍ୟବେକ୍ଷକ କରିଛି। ତେଣୁ ପର୍ଯ୍ୟବେକ୍ଷକଙ୍କୁ ସାଂସଦ ଡରିବେ, ଏଭଳି କହିବା ଏକ ହାସ୍ୟାସ୍ପଦ କଥା ବୋଲି ବିଜେପି ପ୍ରବକ୍ତା କହିଛନ୍ତି ।

Leave A Reply

Your email address will not be published.