ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
କ୍ୟାପ୍ଟେନ୍ କିନ୍ତୁ ଅପମାନିତ ଅନୁଭବ କରିବା ପରିବର୍ଚୋ ଆଶା କରୁଥିବା ଅତି ସ୍ୱାଭାବିକ ପ୍ରଶ୍ନଟିଏ ଶୁଣୁଥିବା ପାଇଁ ଗମ୍ଭୀର ଭାବେ ମୁଣ୍ଡ ହଲାଇଲେ ।
“ହଁ, ସମସ୍ତେ ଶୁଣ, ତମମାନଙ୍କୁ ମୋ’ର ଏ ବିଷୟରେ କିଛି କହିବାକୁ ଅଛି ।”
ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଡ଼କୁ ଅଂଗୁଳି ଦେଖେଇ ନିହାତି ଅପ୍ରୀତିକର ଭାବରେ କ୍ୟାପ୍ଟେନ୍ କହିଲେ । “ଜାହାଜରେ ଥିବା ସମସ୍ତେ କର୍ମଚାରୀ ଗୋଟିଏ ପରିବାର ଭଳି, ଆଉ ଏ ପରିବାରଠାରୁ କୌଣସି କଥା ଲୁଚେଇବା ଉଚିତ୍ ବି ନୁହେଁ । କିନ୍ତୁ ମୁଁ ଏବେ ଯାହା କହିବି, ସେ ସବୁ କେବଳ ଏ ରୁମ୍ ଭିତରେ ହିଁ ସୀମିତ ଓ ଗୋପନୀୟ ରହିବା ଉଚିତ୍ । କୌଣସି ପ୍ରକାରେ ବି ଯାତ୍ରୀମାନେ ଯେମିତି ସାମାନ୍ୟତମ ସୂଚନା ବି ନ ପାଆନ୍ତି… ଅସଲ କଥା ହେଲା ଜାହାଜରେ ଥିବା ଲୋକମାନଙ୍କ ପାଇଁ ଯଥେଷ୍ଟ ଲାଇଫ୍ ଜ୍ୟାକେଟ୍ ଆମ ପାଖରେ ନାହିଁ ।
ଅର୍ଥାତ୍ ଏକଥା ସ୍ପଷ୍ଟ ଯେ କେତେଜଣ ଲୋକ ବର୍ଚାମାନ ଜାହାଜରେ ତାଙ୍କ ଜୀବନର ଶେଷ କେଇ ଘଣ୍ଟା ହିଁ ବିତଉଛନ୍ତି ବୋଲି ବୁଝିବାକୁ ହେବ ।” ଏକ ଆଶ୍ଚର୍ଯ୍ୟ ଜନକ ନୀରବତା ଛାଇଗଲା କ୍ୟାପ୍ଟେନ୍ଙ୍କ ଏ କଥା ଶୁଣି ।
ମିଲାନ୍ ମନେମନେ ଭାବୁଥାଏ ଯେ ଏ ପରିସ୍ଥିତିଟା ଟାଇଟାନିକ୍ ଜାହାଜ ଦୁର୍ଘଟଣାର ପରିସ୍ଥିତି ଭଳି । ସବୁବେଳେ ଶାନ୍ତ ଏବଂ ଶୃଙ୍ଖଳିତ ରହୁଥିବା ମ୍ୟାଥ୍ୟୁ ଉଚୋଜିତ ହୋଇ ଛିଡ଼ାହୋଇପଡ଼ି କ୍ୟାପ୍ଟେନ୍ଙ୍କ ଆଡ଼କୁ ଆଂଗୁଠି ଦେଖେଇ ଚଢ଼ା ଗଳାରେ କହିଲା, “ଜାହାଜର ଯାତ୍ରା ଆରମ୍ଭ ପୂର୍ବରୁ ବୋର୍ଡ଼ ମିଟିଂରେ ମୁଁ ଏ ପ୍ରସଙ୍ଗ ଉଠେଇଥିଲି ଯେ ଜାହାଜରେ ଯାତ୍ରା କରୁଥିବା ସମସ୍ତଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍ ଓ ଲାଇଫ୍ବୋଟ୍ର ବ୍ୟବସ୍ଥା ହୋଇଛି ନା ନାହିଁ ।
ଆଉ ଆପଣ ମତେ ବାରଂବାର କହିଥିଲେ ଯେ ସେ ସବୁର ବ୍ୟବସ୍ଥା ହୋଇସାରିଛି, ମୁଁ ବ୍ୟସ୍ତ ହେବା ଜମା ଦରକାର ନାହିଁ । ଅଥଚ ଏବେ କହୁଛନ୍ତି ଯେ ଆମ ପାଖରେ ଏସବୁ ଯଥେଷ୍ଟ ସଂଖ୍ୟାରେ ନାହିଁ! ଆପଣ ଏମିତି କେମିତି କରିପାରିଲେ?” ମ୍ୟାଥ୍ୟୁଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରି କ୍ୟାପ୍ଟେନ୍ ତାଙ୍କ କାନ୍ଧରେ ମୃଦୁ ଚାପଦେଇ ତାଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଥିଲେ ବି ନିଜକୁ ତାଙ୍କ ହାତରୁ ମୁକ୍ତ କରି ଚାଲିଆସିଲେ । ଏଥର କ୍ଷୀଣ କଣ୍ଠରେ କ୍ୟାପ୍ଟେନ୍ କହିଲେ, “ତମେ କ’ଣ ସତରେ ଭାବୁଛ ଯେ ଯାତ୍ରୀମାନଙ୍କର ସୁରକ୍ଷା ସୁନି୧⁄୨ିତ କରେଇବାଠାରୁ ଆଉ ଅଧିକ କିଛି ମୋ’ ପାଇଁ କ’ଣ ଗୁରୁତ୍ୱପୂର୍ଣ୍ଣ ଥିଲା?”
କ୍ରମଶଃ
Comments are closed.