Latest Odisha News

BREAKING NEWS

ଆଜିଠୁ ତିନିଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ, ପୁରୀ ରେଳ ଷ୍ଟେସନ କରିବେ ନିରୀକ୍ଷଣ

ଭୁବନେଶ୍ୱର: ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନ ନିରୀକ୍ଷଣ ସହ ତୀର୍ଥଯାତ୍ରୀଙ୍କ ପାଇଁ ଆୟୋଜନ କରାଯାଇଥିବା ବିଭିନ୍ନ ସୁବିଧା ଓ ବ୍ୟବସ୍ଥାର ସମୀକ୍ଷା କରିବେ। ସୋମବାରଠାରୁ ତାଙ୍କର ତିନି ଦିନିଆ ଗସ୍ତ ଆରମ୍ଭ ହେବ। ଆଜି ସନ୍ଧ୍ୟାରେ ପୁରୀ ରେଳ ଷ୍ଟେସନ ଯାଞ୍ଚ କରିବେ ଏବଂ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ରଥ ଯାତ୍ରାରେ ଆସିଥିବା ଭକ୍ତଙ୍କ ପାଇଁ କରାଯାଇଥିବା ବ୍ୟବସ୍ଥା ସମୀକ୍ଷା କରିବେ।

ପୁରୀର ୯ ଦିନିଆ ରଥ ଯାତ୍ରା ସମୟରେ ଭକ୍ତମାନଙ୍କ ପାଇଁ ଭାରତୀୟ ରେଳ ୨୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ। ଏହା ବ୍ୟତୀତ ପୁରୀ ରେଳ ଷ୍ଟେସନରେ ଭକ୍ତଙ୍କ ସୁବିଧା ପାଇଁ ପୂର୍ବ ତଟ ରେଳବାଇ (ECoR) ବିଶେଷ ସୁବିଧା କରିଛି। ସେହିପରି ଜୁନ ୨୦ ତାରିଖ ପୁରୀରେ ରଥଯାତ୍ରା ପରିଦର୍ଶନ କରିବା ପରେ କେନ୍ଦ୍ରମନ୍ତ୍ରୀ ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ବାହାନଗା ବଜାରକୁ ଯାଇ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରି କଥାବାର୍ତ୍ତା କରିବେ।

ଏହାପରେ କେନ୍ଦ୍ର ମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବେ ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହ ଭେଟି ଆଲୋଚନା କରିବେ। ଏହାବ୍ୟତୀତ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଯାଞ୍ଚ କରିବା ସହ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ।

Leave A Reply

Your email address will not be published.