ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସେ ହସୁଥିଲା ଅଧା, କାନ୍ଦୁଥିଲା ବି ସେମିତି ସୁକୁସୁକୁ ହୋଇ । ତା’ପର ରେ ପୁଣି ଗମ୍ଭୀର ହୋଇ ଚାହିଁଲା ଯେବେ ସିଡ଼୍ କହିଲା, “ଦେଖ, ଆମେ ଏବେ ଏସ୍.ଏସ୍. ମାରିନାର ଖୁବ୍ ପାଖରେ ପହଞ୍ଚି ଗଲେଣି ।”
ପାଖାପାଖି ଶହେ ଗଜ ଦୂରତାରେ ଗୋଟେ ବିଶାଳକାୟ ଜାହାଜକୁ ରୋହାନ୍ ଦେଖିପାରିଲା । ଅସଂଖ୍ୟ ଆଲୋକ ମାଳାରେ ଜାହାଜଟି ଝଲସିଉଠୁଥିଲା । ବୋଧହୁଏ ଆଲୋକସବୁ କ୍ୟାବିନ୍ ମାନଙ୍କରୁ ଆସୁଥିଲା । ଆଉ ଏ ଆଲୋକ ଏତେ ତୀବ୍ର ଥିଲା ଯେ ଜାହାଜ ଚାରିପାଖର ନୀଳ ଜଳରାଶି ଏକ ବିରାଟ ନୀଳ କମ୍ବଳ ପରି ଦିଶୁଥିଲା । ସେମାନଙ୍କ ଲାଇଫ୍ବୋଟ୍ ଜାହାଜ ନିକଟବର୍ଚାୀ ହେଲାବେଳକୁ ରୋହାନ୍ ଥରେ ସିଡ଼୍ ଆଡ଼କୁ ଚାହିଁଲା ।
ତା’ର ଆଖିରେ ବୀରା ପ୍ରତି ଦୁଃଖ ଓ ସମବେଦନା ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ସେ ଲୁଚି ଲୁଚି ବୀରାକୁ ଚାହୁଁଥାଏ ଖାସ୍ ଏୟା ଦେଖିବା ପାଇଁ ଯେ ତା\’ର ମାନସିକ ସ୍ଥିତି ସ୍ୱାଭାବିକ ହେଲାଣି କି ନାହିଁ, ସେ କାନ୍ଦିବା ବନ୍ଦ କଲାଣି କି ନାହିଁ । ସିଡ଼୍କୁ ଦେଖି ରୋହାନ୍ ଆଶ୍ଚର୍ଯ୍ୟ ହେଇଯାଉଥାଏ ଯେ ତା\’ର ଏଇ ପିଲାଳିଆ ସ୍ୱଭାବର ଭାଇଟା ହଠାତ୍ ଏତେ ଶୀଘ୍ର କେମିତି ପରିପକ୍ୱ ପାଲଟିଗଲା ।
“ହେ ଭଗବାନ, ସମୀରା ଆଉ ନାହିଁ”, ସେ ଏମିତି ଅସ୍ପଷ୍ଟ ଭାବରେ କହିଲା ଯେମିତି ବୀରା ଶୁଣିପାରିବନି । ଏ କଥାର କିଛି ଅର୍ଥ ନଥିଲା । କେଇ ଘଚାା ପୂର୍ବରୁ ରୋହାନ୍କୁ ଯଦି ଏଇ କଥା କିଏ କହିଥାଆନ୍ତା, ତା’ହେଲେ ସେ ହୁଏତ ସେ ଲୋକଟିକୁ ନିଶାସକ୍ତ ବା ପାଗଳ ବୋଲି ଭାବିନେଇଥା’ନ୍ତା । ଜଣକୁ କେମିତି ହସେଇବାକୁ ହୁଏ, ସେ କଳାଟି ସମୀରାକୁ ବେଶ୍ ଭଲଭାବରେ ଜଣାଥିଲା । ବେଳେବେଳେ ସେ ଖୁବ୍ ଚିଡ଼େଇ ମଧ୍ୟ ଦିଏ । ଯା’ହେଲେ ବି ସେ ଗୋଟେ ଖୁବ୍ ଭଲ ସାଙ୍ଗ, ଭଲ ଭଉଣୀ, ଭଲ ଝିଅ ଏବଂ ସର୍ବୋପରି ଜଣେ ଭଲ ମଣିଷ ଥିଲା । ସମସ୍ତଙ୍କ ପାଇଁ ତା’ ହୃଦୟରେ ମାନବିକତା ଓ ସମ୍ବେଦନା ଭରି ରହିଥିଲା । “ମୁଁ ଯଦି ତାକୁ ଏତେ ଝୁରି ହେଉଛି, ତେବେ ବୀରା ଅବସ୍ଥା କ’ଣ ନ ହେଉଥିବ । ତା’ ବାପା ମା’ଙ୍କ ଅବସ୍ଥା ବି କ’ଣ ହେବ, ଯେତେବେଳେ ସେମାନେ ଜାଣିବେ ଯେ ତାଙ୍କ ବଡ଼ଝିଅ ଆଉ ଏ
ସଂସାରରେ ନାହିଁ । ଯା’ହେଲେ ତାଙ୍କ ରକ୍ତ ସମ୍ପର୍କ ନା!”
କ୍ରମଶଃ
Comments are closed.