ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ମୁଁ ଖୁବ୍ ଶୀଘ୍ର ତାଙ୍କୁ ତୋ ସହ କଥା କରେଇଦେବି । ସେ ବି ବହୁତ ବ୍ୟସ୍ତ ହେଉଥିଲେ । ଆଚ୍ଛା, ସିଡ଼୍କୁ ଟିକେ ଫୋନ୍ ଦେଲୁ ।”
ସିଡ଼୍ ଆସି ମା’ଙ୍କ ସହ କଥା ହୋଇ ଫେରିବା ପରେ ବୀରାର ସେବା କରୁଥିବା ନର୍ସ ଜଣକ କହିଲେ, “ମାଡ଼ାମ୍ ଏବେ ଚେତା ଫେରି ପାଇଲେଣି । ଭଲ ଅଛନ୍ତି । ଆପଣମାନେ ଏବେ ତାଙ୍କ ସହ କଥା ହୋଇପାରନ୍ତି ।”
ଦୁଇ ଭାଇଯାକ ପରସ୍ପରକୁ ଟିକେ ଚାହାଁଚୁହିଁ ହେଲେ । ବୀରା ସାମ୍ନାରୁ ବର୍ଚାିବାର ସମ୍ଭାବନା ନାହିଁ । ଯେଉଁ ମୁହୂର୍ଚାକୁ ସାମ୍ନା କରିବାକୁ ସେମାନେ ଭୟ କରୁଥିଲେ, ଏବେ ସେଇ ସମୟ ତାଙ୍କ ଆଗରେ । ଏଥର ସେମାନେ ଧୀରେ ଧୀରେ ସେ ରୁମ୍ର ଦୁଆର ଆଡ଼କୁ, ବୀରା ଆଡ଼କୁ ଚାଲିବା ଆରମ୍ଭ କଲେ ।
“ତମେ ବୀରା ହିଁ ହୋଇଥିବ ନିଶ୍ଚୟ , ଯାହା ବିଷୟରେ ଆମ ପୁଅ ଦି’ଜଣ ସବୁବେଳେ ଫୋନ୍ରେ କୁହନ୍ତି । ଠିକ୍ ନା! ଆଚ୍ଛା ତୁମ ସହ ଦେଖାହୋଇ ଖୁବ୍ ଭଲ ଲାଗିଲା । ମୁଁ ଶେଖର, ଶେଖର ପରିମଲ ।”
ରୋହାନ୍ ଓ ସିଡ଼୍ର ଡାଡ଼୍ ଜଣେ ମଧ୍ୟବୟସ୍କ ମଣିଷ । ଘନ କୁଞ୍ଚ କଳା ଚୁଟି ଭିତରେ କାଁ ଭାଁ ଧଳା ବାଳ, ଗୋଟେ ହାଲ୍କା ପତଳା ନିଶ ଏବଂ ଏକ ସୁନ୍ଦର ମନଲୋଭା ହସଟେ ମୁହଁରେ ଅନବରତ । ବୀରା ଆଡ଼କୁ ଦୁଇହାତ ବଢ଼େଇ ଶେଖର ଚାହିଁଥା’ନ୍ତି । ତା’ ଆଖିରେ ଯନ୍ତ୍ରଣା ହତାଶବୋଧ ଏବଂ ଅସୁରକ୍ଷିତ ଭାବନାର ସ୍ପଷ୍ଟ ଚିତ୍ର ଦେଖି ପାରୁଥାଆନ୍ତି । ଭାବୁଥାନ୍ତି ସୁରେଖା ଏଇ ଝିଅଟି ବିଷୟରେ କହିଥିଲା । ସେ କେମିତି କେଉଁଠି ହଜିଯାଇଛି ସତେ । ସତରେ ଏତେ କମ୍ ବୟସରୁ, ଏତେ ଛୋଟ ପିଲା ଥିବାବେଳେ ନିଜ ଆତ୍ମୀୟ ପରିଜନଙ୍କୁ ହରାଇବାର ଯନ୍ତ୍ରଣା କଳ୍ପନାର ବାହାରେ ।
କ୍ରମଶଃ
Comments are closed.