ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ମୁମ୍ବାଇ ପହଞ୍ଚିବା ପାଇଁ ରୟାଲ ୟୁରେକାକୁ ପ୍ରାୟ ସାଢ଼େ ତିନିମାସ ଲାଗିବ । ସେମାନେ ଛତ୍ରପତି ଶିବାଜୀ ଏୟାର୍ପୋର୍ଟରୁ ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଏୟାରପୋର୍ଟ ପର୍ଯ୍ୟନ୍ତ ଫ୍ଲାଇଟ୍ରେ ଯାଇ ପାରିବେ ।
“ଆମେ ସବୁକିଛି ପ୍ଲାନ୍ କରିସାରିଛୁ । ଭାରତରେ ନୂଆ ଶିକ୍ଷାବର୍ଷ ଏବେଠାରୁ ସାଢ଼େ ଚାରିମାସ ପରେ ଆରମ୍ଭ ହେବ; ଏବଂ ତମେ ମଧ୍ୟ ପ୍ରାୟ ସେଇ ସମୟରେ ତୁମ ଅଫିସ୍ରେ ଯୋଗଦେବ । ଆମେ ଯଦି ଫ୍ଲାଇଟ୍ରେ ଯାଇଥାନ୍ତେ, ତା’ହେଲେ ସେଠି ଚାରିମାସ ଧରି ବେକାରରେ ଖାଲି ବସି ବୋର୍ ହୋଇଥା’ନ୍ତେ । ତେଣୁ ଏମିତି ଗୋଟେ ଛୋଟକାଟିଆ ଖୁସି ମନେଇବା ନାହିଁ କାହିଁକି?” ବୀରା ଖୁବ୍ ଉତ୍ସାହିତ ହୋଇ କହିଲା ।
ସମୀରା ବି ବୀରା ସହିତ ତାଳ ଦେଇ କହିଉଠିଲା, “ବୀରା ଠିକ୍ କହୁଛି ବାବା ।” ମିସେସ୍ ମାହେଶ୍ୱରୀ ଓଠରେ ହସ ଖେଳେଇ ଦୁଇ ଝିଅଙ୍କ ଆଡ଼କୁ ଚାହିଁ କହିଲେ, “ପିଲାଙ୍କ କଥାରେ ମୁଁ ବି ରାଜି । ଆମେ ଏଇ
କ୍ରୁଜ୍ରେ ହିଁ ଯିବା… କ’ଣ ତା’ ନାଁଟି… ହଁ.. ‘ରୟାଲ୍ ୟୁରେକା’ । ମୁଁ କ’ଣ କହୁଥିଲି କି ଆମେ ଏମିତି ଗୋଟେ ବିଳାସପୂର୍ଣ୍ଣ ଜାହାଜରେ ଆରାମ କରିପାରିବା । ତା’ ଛଡ଼ା ପିଲାମାନଙ୍କ ପାଠପଢ଼ା ବି କିଛି କ୍ଷତିଗ୍ରସ୍ତ ହେଉନି । ରାଜି ହୋଇଯାଅ ଅନନ୍ତ । ଆମେ ଚାରିଜଣ ଏମିତି ଗୋଟେ ଛୁଟି ମନେଇବା ଦରକାର କରୁନେ କି!” ମିସେସ୍ ମାହେଶ୍ୱରୀ ପିଲାମାନଙ୍କୁ ଏକ ଆଶ୍ୱାସନା ଭରା ଚାହାଁଣୀ ଚାହିଁଲେ ।
“ବାବା, ପ୍ଲିଜ୍! ପ୍ଲିଜ୍, ବାବା!” ଆଉ ତା’ପରେ…
“ଠିକ୍ ଅଛି, ଠିକ୍ ଅଛି । ମୁଁ ମୋ’ ଡିପାର୍ଟମେଚା୍କୁ ଫୋନ୍ କରି ଟିକେଟ୍ କ୍ୟାନ୍ସେଲ୍ କରିବା ପାଇଁ କହୁଛି ।” ଆତ୍ମ ସମର୍ପଣ କଲାପରି ମିଃ. ମାହେଶ୍ୱରୀ କହିଲେ । “ୟା ଆ ଆ… ଉଇ ଲଭ୍ ୟୁ ବାବା,” ବୀରା ଓ ସମୀରା ଏକାବେଳେକେ କହି ଉଠିଲେ । ଆଉ ସେମାନେ ତାଙ୍କ ବାବାଙ୍କ ଓଠକୋଣରେ ଗୋଟିଏ ଛୋଟିଆ ହସ ଦେଖି ପାରୁଥିଲେ।
କ୍ରମଶଃ
Comments are closed.