ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ପରିବାର ଲୋକ ଗ୍ରହଣ କରିନେବା କ୍ଷେତ୍ରରେ ମଧ୍ୟ ସେଇ ଏକା ଅବସ୍ଥା ।”
“ପରିବାର କଥା କହୁଛ! ଡାଡ଼୍ ମମ୍ଙ୍କ ପ୍ରତିକ୍ରିୟା କ’ଣ ହେବ ଭାବି ମତେ ଭୟ ଲାଗୁଛି । ମୁଁ ଜାଣେ ଯେ ମୁଁ ଡାଡ଼୍ଙ୍କୁ ଏତେଟା ଭଲ ପାଏନି । ତଥାପି ମୋ\’ ବାବଦରେ ତାଙ୍କ ଚିନ୍ତା ଓ ପ୍ରତିକ୍ରିୟାକୁ ମୁଁ ସମ୍ମାନ କରେ ।”
“ଆଉ ଏ କଥା ସମ୍ଭବ ହୋଇପାରିବ କେବଳ ଯଦି ତୁମେ ଶାନ୍ତ ଓ ସ୍ଥିର ରୁହ । ମୋ’ର ଦୃଢ଼ ବିଶ୍ୱାସ ଯେ ସେମାନେ ଏ କଥାକୁ ଠିକ୍ ଠିକ୍ ବୁଝିବେ, ସିଡ଼୍ । ଯା’ହେଲେ ବି ସେମାନେ ତମର ବାପାମା’ । ରୋହାନ୍ ଭଳି ସେମାନେ ବି ଇଚ୍ଛା କରିବେ ଯେ ତମକୁ ଦୁନିଆର ସବୁଠୁ ଭଲ ଜିନିଷ ମିଳୁ ।”
“ହଁ, ଭାବୁଛି ତମେ ଠିକ୍ କହୁଛ । ମୁଁ କେବଳ ଏ ଘଟଣାଟିକୁ ଠିକ୍ ଭାବରେ ସମ୍ଭାଳିବା ଦରକାର ।”
“ଏକଦମ୍ ଠିକ୍ କଥା କହିଛ ।” ପରସ୍ପରକୁ ଠିକ୍ ବୁଝିପାରି ଏ ଦୁଇ ସାଙ୍ଗଯାକ କିଛି ସମୟ ଚୁପ୍ ରହିବା ପରେ ବୀରା କହିଲା, “ଏତେ ଚିନ୍ତା ଛାଡ଼ ସିଡ଼୍ । ତମେ ନିଜେ ଖୁବ୍ ଉଦାସ ରହୁଛ ଆଉ ତମକୁ ଦେଖି ମୁଁ ନିଜେ ବି ଉଦାସିଆ ଅନୁଭବ କରୁଛି ।” ଏତକ କହି ବୀରା ସିଡ଼୍ର କାନ୍ଧକୁ ଧରି ତା\’ ମୁହଁ ଉଠେଇବାକୁ ଚେଷ୍ଟା କଲା । ପାପୁଲି ଭିତରୁ ମୁହଁ କାଢ଼ି ସିଡ଼୍ ଛିଡ଼ା ହୋଇଯାଇ କହିଲା, “ବ୍ୟସ୍ତ ହଅନି । ମୁଁ ଠିକ୍ ଅଛି ।” ସେ ବୀରା ଆଡ଼କୁ ବୁଲି ଚାହିଁଲା ବେଳେ ତା’ ଆଖିରେ ସେଇ ପୁରୁଣା ସିଡ଼୍ର ଚମକ୍ ବାରି ହୋଇ ପଡ଼ୁଥିଲା, ଯଦିଓ ତା’
ଉପରେ ଦୁଃଖ ଏବଂ ବିବ୍ରତ ଭାବର ଆସ୍ତରଣଟେ ମଧ୍ୟ ହାଲ୍କା ଢାଙ୍କି ହୋଇ ରହିଥିଲା ।
“ଆସ ବୀରା, ତମକୁ ତମ ଘରେ ଛାଡ଼ିଦେଇ ମୁଁ ଚାଲିଯିବି ।” ମୁଣ୍ଡ ହଲେଇ ସମ୍ମତି ଜଣେଇଲା ପରେ ସେମାନେ ଟ୍ୟାକ୍ସି ଷ୍ଟାଣ୍ଡ୍ ଆଡ଼କୁ ଚାଲିଲେ ।
କ୍ରମଶଃ
Comments are closed.