ନୂଆଦିଲ୍ଲୀ: ହାରମୋନିୟମ ବଜାଉଥିବା ଏବଂ ଶାସ୍ତ୍ରୀୟ ଗୀତ ଗାନ କରୁଥିବା ଏକ ଛୋଟ ଶିଶୁଟିର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଛୋଟ ପିଲାଟି ବହୁତ ଉତ୍ସର୍ଗୀକୃତ ହୋଇ ନିଜ ଘରେ ପିତାଙ୍କ ସହ ଗୀତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।
ଜଣେ ସାମ୍ବାଦିକ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଏହି କ୍ଲିପ୍କୁ ୨୪୦୦୦ ରୁ ଅଧିକ ଥର ଦେଖାଯାଇଛି। ଭାଇରାଲ୍ ଭିଡିଓରେ ଛୋଟ ପିଲା ତାଙ୍କ ପିତାଙ୍କ ସହ ଏକ ଶାସ୍ତ୍ରୀୟ ସଂଗୀତ ଗାଉଛି।
ଶିଶୁଟିର ପିତା ହାରମୋନିୟମ୍ ବଜାଉଛନ୍ତି ଏବଂ ଛୋଟ ପୁଅଟି ଏହି ସମୟରେ ନିଜ ସ୍ୱର ଏବଂ ସଂଗୀତ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଗୀତ ଗାଉଥିବା ମଝିରେ ପିଲାଟି ହୃଦୟଙ୍ଗମ କରିଛି ଯେ ତାଙ୍କ ପିତା ସ୍ୱର ସହିତ ଅତି ଦ୍ରୁତ ଗତିରେ ଯାଉଛନ୍ତି, ଏବଂ ସଙ୍ଗେ ସଙ୍ଗେ ଶିଶୁଟି ତାଙ୍କ ପିତାଙ୍କୁ ବାଧା ଦେଇ କହୁଛି ଯେ ଧୀରେ ଧୀରେ ଗାଆନ୍ତୁ।
ଶିଶୁଟି ଏତେ ସୁନ୍ଦର ଗୀତ ଗାଉଥିବା ଦେଖି ତାଙ୍କ ପିତା ମଧ୍ୟ ଶିଶୁଟିକୁ ଆହୁରି ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଛି। ତେବେ ଶିଶୁର ସ୍ୱର ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କୁ ବେଶ୍ ଆକର୍ଷିତ କରିଛି ଏବଂ ଲୋକମାନେ ଏହାକୁ ବହୁତ ପ୍ରଶଂସା କରିଛନ୍ତି। ଭିଡିଓ କ୍ଲିପ୍ଟି କିଛି ଘଣ୍ଟା ମଧ୍ୟରେ ୨୦୦୦ରୁ ଅଧିକ ଲାଇକ୍ ଏବଂ ଶହ ଶହ ରିଟ୍ୱିଟ୍ ଗ୍ରହଣ କରିଛି।
Comments are closed.