Latest Odisha News

BREAKING NEWS

ଭାରତୀୟ ସେନାକୁ ଛୋଟ ଝିଅର ଅଭିବାଦନ, ସୋସିଆଲ ମିଡିଆରେ ଭୁରିଭୁରି ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତଙ୍କ ମନ ପସନ୍ଦର ଭିଡିଓ ଖୁବ ସହଜରେ ମିଳିଥାଏ । ସେଥିରୁ କିଛି ଭିଡିଓ ମନକୁ ଛୁଇଯାଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ଦେଖିବାକୁ ମିଳୁଛି । ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ସେବା କରିଥାଆନ୍ତି । ଛୋଟ ହେଲେ ବି ଯବାନଙ୍କର ଏ ତ୍ୟାଗକୁ ସେ ମନେ ମନେ ସମ୍ମାନ ଦିଏ । ଆଉ ଆଖି ସାମ୍ନାରେ ଯବାନଙ୍କୁ ଦେଖିବା ପରେ କୁନି ପିଲାଟି କ’ଣ କରୁଛି ଦେଖିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ ।

ଆସନ୍ତା କାଲି ଗଣତନ୍ତ୍ର ଦିବସ । ଏହାର ଅବ୍ୟବହିତ ପୂର୍ବରୁ ଏମିତି ଏକ ଭିଡିଓକୁ ସୋସିଆଲ ମିଡିଆରେ ମହନ୍ତ ଯୋଗୀଜି ନାମକ ଜଣେ ବ୍ୟକ୍ତି ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି,‘ମୋର ଗର୍ବ ଓ ଗୌରବ ତ୍ରିରଙ୍ଗା’।

ଭିଡିଓରେ ଦେଖିବାକୁ ମିଳୁଛି, ଛୋଟ ଛୁଆଟି ଯବାନଙ୍କୁ ରାସ୍ତାରେ ଛିଡ଼ା ହୋଇଥିବା ଦେଖି ଦୌଡ଼ି ଯାଇଥିଲା । ହାତରେ ଧରିଥିବା ଜାତୀୟ ପତାକାଟି ତାଙ୍କୁ ବଢ଼ାଇ ସାଲ୍ୟୁଟ୍ ମଧ୍ୟ ମାରିଥିଲା। କୁନି ଛୁଆଟିର ଏଭଳି ସମ୍ମାନ ଦେଖି ଯବାନ ମଧ୍ୟ ଖୁସି ହୋଇଯାଇଥିଲେ। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିଡିଓଟି ଦେଖି ଭୁରିଭୁରି ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.