Latest Odisha News

ମଝି ରାସ୍ତାରେ ଓଲଟିଲା ପିକ୍‌ଅପ୍, ବୋହି ନେଲେ କୁକୁଡ଼ା

କେନ୍ଦୁଝର: ମଝି ରାସ୍ତାରେ ଓଲଟିଲା କୁକୁଡ଼ା ବୋଝେଇ ପିକ୍‌ଅପ୍। ଏନ୍ଏଚ୍ ୪୯ ଚିଲ୍‌ଦା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍। ଦୁର୍ଘଟଣା ପରେ କୁକୁଡ଼ା ବୋହି ନେଲେ ଲୋକେ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ ଆଜି ଭୋରରୁ ଏକ କୁକୁଡ଼ା ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡିଛି। ଅନୁଗୁଳରୁ ଏହି କୁକୁଡ଼ା ବୋଝେଇ ପିକ୍ ଅପ୍ ଭ୍ୟାନ୍‌ଟି ରାଇରଙ୍ଗପୁରକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଚାପି ହୋଇ ଅନେକ କୁକୁଡ଼ା ମରି ଯାଇଥିବା ବେଳେ ଲୋକେ କୁକୁଡ଼ା ବୋହି ନେଇଯାଉଥିବା ଦୃଶ୍ୟ ସମସ୍ତଙ୍କୁ ତାଜୁବ ଲାଗୁଛି। ଖବ ପାଇ ତୁରୁମୁଙ୍ଗା ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଗାଡିର ଡ୍ରାଇଭର ସାମାନ୍ୟ ଆହତ ହୋଇଛି।

Comments are closed.