Latest Odisha News

BREAKING NEWS

ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ : ଆହ୍ଲାବାଦ କୋର୍ଟ

ଆହ୍ଲାବାଦ : ଲିଭ-ଇନ ରିଲେସନସିପକୁ ନେଇ ଆହ୍ଲାବାଦ୍‌ କୋର୍ଟଙ୍କ ବଡ଼ ରାୟ ।  ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ  । ବ୍ରେକ୍‌ ଅପ୍‌ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ । ନିଜ ବିବାହିତ ଲିଭ-ଇନ ପାର୍ଟନରକୁ ଦୁଷ୍କର୍ମ କରିବା ମାମଲରେ ଜଣେ ବ୍ୟକ୍ତିକୁ ଜାମିନ ଦେଇ କୋର୍ଟ କହିଛନ୍ତି ଯେ ସମ୍ପର୍କ ଭାଙ୍ଗିବା ପରେ ମହିଳାଙ୍କୁ ଏକାକୀ ରହିବା କଠିନ ହୋଇଥାଏ । ଜଷ୍ଟିସ ସିଦ୍ଧାର୍ଥଙ୍କ ଖଣ୍ଡପୀଠ ଆଦିତ୍ୟ ରାଜ ବର୍ମାଙ୍କ ଜାମିନ ପିଟିସନ ଉପରେ ଶୁଣାଣି କରି ଏହି ଟିପ୍ପଣୀ ଦେଇଥିଲେ ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ସମାଜ ଏପରି ସମ୍ପର୍କକୁ ସ୍ୱୀକାର କରେ ନାହିଁ । ଏମିତି ସ୍ଥଳେ ଜଣେ ଲିଭ-ଇନ ପାର୍ଟନର ବିରୋଧରେ ଏଫଆଇଆର କରିବା ଛଡା ଅନ୍ୟ ଉପାୟ ନାହିଁ ଯାହା ଏହି ମାମଲରେ ଦେଖାଯାଇଛି ବୋଲି କୋର୍ଟ କହିଥିଲେ ।

ସୂଚନା ଅନୁଯାୟୀ, ଏହି ମାମଲାରେ ପୀଡିତା ଜଣେ ବିବାହିତା ମହିଳା । ଆଦିତ୍ୟଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ । ହେଲେ ଆଦିତ୍ୟ ମହିଳାଙ୍କୁ ବିବାହ କରିବା ପାଇଁ ମନା କରିବା ପରେ ୨୪ ନଭେମ୍ବର ୨୦୨୨ରେ ଆଦିତ୍ୟ ଗିରଫ ହୋଇଥିଲେ । ମହିଳାଙ୍କ କହିବା ଅନୁଯାୟୀ, ଆଦିତ୍ୟ ତାଙ୍କ ସହ ଗତ ଦେଢ଼ ବର୍ଷ ହେବ ରହି ଆସୁଥିଲେ ଓ ତାଙ୍କ ସହ ଲିଭ ଇନ ରିଲେସନସିପ୍‌ରେ ରହିବା ଭିତରେ ସେ ଗର୍ଭବତୀ ହୋଇଥିଲେ । ମହିଳା ଜଣକ ଅଭିଯୋଗ ଆଣିଥିଲେ ଯେ ଆଦିତ୍ୟ ତାଙ୍କ ଅଶ୍ଳୀଳ ଫଟୋ ତାଙ୍କ ସ୍ୱାମୀଙ୍କ ନିକଟକୁ ପଠାଇଥିଲେ । ଯେଉଁଥିପାଇଁ ପତି ତାଙ୍କୁ ସାଙ୍ଗରେ ରଖିବା ପାଇଁ ମନା କରିଦେଇଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ ।

ଉଭୟ ପକ୍ଷ ଶୁଣିବା ପରେ କୋର୍ଟ କହିଥିଲେ ଯେ, ଲିଭ-ଇନ ରିଲେସନସିପକୁ ଭାରତୀୟ ସମାଜ ସ୍ୱୀକାର କରେ ନାହିଁ  । ବ୍ରେକ୍‌ ଅପ୍‌ ପରେ ମହିଳାଙ୍କୁ ଏକା ରହିବା କଠିନ ହୋଇଥାଏ

 

Leave A Reply

Your email address will not be published.