ନୂଆଦିଲ୍ଲୀ : ଆଜି ବ୍ରିଟେନକୁ ମିଳିଲା ନୂତନ ପ୍ରଧାନମନ୍ତ୍ରୀ । ବୋରିସ୍ ଜନସନଙ୍କ ଇସ୍ତଫା ପରେ ନୂତନ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ପାଞ୍ଚ ରାଉଣ୍ଡ ପ୍ରକ୍ରିୟା ଅତିକ୍ରମ କରିବା ପରେ ବର୍ତ୍ତମାନ ଅନ୍ତିମ ରାଉଣ୍ଡ ଋଷି ସୁନକଙ୍କୁ ହରେଇ ଲିଜ ଟ୍ରସ ବଜୟ ହୋଇଛନ୍ତି ।
ବୋରିସ୍ ଜନସନ କ୍ୟାବିନେଟରେ ଲିଜ ଟ୍ରସ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଲିଜ ଭାରତୀୟମୂଳଜ ଋଷି ସୁନକଙ୍କୁ ହରେଇ ନିର୍ବାଚନ ଜିତିବା ସହ ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ହେଇପାରିଛନ୍ତି ।
BBC ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କନଜରଭେଟିଭ ପାର୍ଟିର ପ୍ରାୟ ୧ ଲକ୍ଷ ୬୦ ହଜାର ରୁ ଅଧିକ ସଦସ୍ୟ ଭୋଟ୍ ଦେଇଥିଲେ । ଋିଷି ସୁନକଙ୍କ ମୋଟ୍ ୬୦,୩୯୯ ଭୋଟ୍ ମିଳିଥିବା ବେଳେ , ଲିଜ୍ ଟ୍ରସଙ୍କୁ ୮୧,୩୨୬ ଭୋଟ୍ ମିଳିଛି । ଏହା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ଲିଜ ଟ୍ରସ ନିର୍ବାଚିତ ହୋଇଛନ୍ତି ।
Comments are closed.