Latest Odisha News

ଷଡଯନ୍ତ୍ର: ଅର୍ଶଦୀପଙ୍କ ନାମ ଯୋଡାଗଲା ଖଲିସ୍ତାନୀଙ୍କ ସହ, ସରକାରଙ୍କ ୱିକିପିଡିଆକୁ ନୋଟିସ

ନୂଆଦିଲ୍ଲୀ: ଏସିଆ କପ କ୍ରିକେଟରେ ରବିବାର ପାକିସ୍ତାନ ନିକଟରୁ ଭାରତ ପରାଜିତ ହୋଇଛି । ଏହି ମ୍ୟାଚରେ ଯୁବ ବୋଲର ଅର୍ଶଦୀପ ସିଂ ଏକ କ୍ୟାଚ ଡ୍ରପ କରି ଦେଇଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ପଡୋଶୀ ଦେଶ ପକ୍ଷରୁ ଷଡଯନ୍ତ୍ର ରଚାଯାଇ ତାଙ୍କୁ ଖଲିସ୍ତାନୀଙ୍କ ସହ ଯୋଡାଯାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ୱିକିପଡିଆରେ ଏହି ତ୍ରୁଟି ଦର୍ଶାଯାଇଥିବାରୁ ଭାରତ ସରକାରଙ୍କ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଏ ଭଳି ତ୍ରୁଟି ଅର୍ଶଦୀପ ଏବଂ ତାଙ୍କ ପରିବାରଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ୱିକିପିଡିଆରେ ତାଙ୍କ ପ୍ରୋଫାଇଲକୁ ପାକିସ୍ତାନର ପଞ୍ଜାବ ଅଂଚଳରେ କିଏ ଜଣେ ଉଦ୍ଦେଶ୍ୟମୂଳକ ଭାବେ ଖଲିସ୍ତାନୀ ଶବ୍ଦ ଯୋଡିଥିବା ଅନୁମାନ କରାଯାଉଛି । ପୂର୍ବରୁ ୨୦୧୮ରେ ମଧ୍ୟ ତାଙ୍କ ନାମ ଖଲିସ୍ତାନୀଙ୍କ ସହ ଯୋଡା ଯାଇଥିଲା । ସେ ୧୯ ବର୍ଷରୁ କମ୍ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିଲେ ।

BjdElectrycity

ପୂର୍ବତନ କ୍ରିକେଟର ତଥା ରାଜ୍ୟସଭା ଏମପି ହରଭଜନ ସିଂ ଏହି ଯୁବ କ୍ରିକେଟରଙ୍କ ସମର୍ଥନରେ ମୁହଁ ଖୋଲିଛନ୍ତି । କୌଣସି ଭାରତୀୟ ଖେଳାଳି ଜାଣିଶୁଣି କ୍ୟାଚ ଛାଡିବ ନାହିଁ । ଅର୍ଶଙ୍କ ପାଇଁ ଆମେ ଭାରତୀୟବାସୀ ଗର୍ବିତ । କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ କହିଛନ୍ତି ଭୁଲ ତଥ୍ୟ ପ୍ରଦାନ କରି ଜଣେ ବ୍ୟକ୍ତିଙ୍କୁ ଜାଣିଶୁଣି ବଦନାମ କରିବା ପାଇଁ ଭାରତରେ କୌଣସି ପ୍ଲାଟଫର୍ମକୁ ଅନୁମତି ନାହିଁ । ଉତେଜନାପୂର୍ଣ୍ଣ ପରିସ୍ଥିତିରେ ଭାରତ ମ୍ୟାଚ ହାରିଥିବାରୁ ପ୍ରଶଂସକମାନେ ଏ ଭଳି ଘଟଣାକୁ ବିଶ୍ୱାସ କରି ନେଇଥିଲେ ଅଶାନ୍ତି ସୃଷ୍ଟି ହୋଇଥାନ୍ତା ବୋଲି ଅନୁମାନ କରାଯାଉଛିି । ଟିମ ଇଣ୍ଡିଆ ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଅର୍ଶଙ୍କ ସପକ୍ଷରେ ବାହାରିଛନ୍ତି ।

Leave A Reply

Your email address will not be published.