Latest Odisha News

BREAKING NEWS

ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ଲିଜ ଟ୍ରସ ନିର୍ବାଚିତ

ନୂଆଦିଲ୍ଲୀ :  ଆଜି ବ୍ରିଟେନକୁ ମିଳିଲା ନୂତନ ପ୍ରଧାନମନ୍ତ୍ରୀ ।  ବୋରିସ୍ ଜନସନଙ୍କ ଇସ୍ତଫା ପରେ ନୂତନ ପ୍ରଧାନମନ୍ତ୍ରୀଙ୍କ ଦୌଡ଼ରେ ପାଞ୍ଚ ରାଉଣ୍ଡ ପ୍ରକ୍ରିୟା ଅତିକ୍ରମ କରିବା ପରେ ବର୍ତ୍ତମାନ ଅନ୍ତିମ ରାଉଣ୍ଡ  ଋଷି ସୁନକଙ୍କୁ ହରେଇ ଲିଜ ଟ୍ରସ ବଜୟ ହୋଇଛନ୍ତି ।

ବୋରିସ୍ ଜନସନ କ୍ୟାବିନେଟରେ  ଲିଜ ଟ୍ରସ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ  ।  ଲିଜ ଭାରତୀୟମୂଳଜ  ଋଷି  ସୁନକଙ୍କୁ  ହରେଇ ନିର୍ବାଚନ ଜିତିବା ସହ ତୃତୀୟ ମହିଳା ପ୍ରଧାନମନ୍ତ୍ରୀ  ହେଇପାରିଛନ୍ତି ।

BBC ରିପୋର୍ଟ ଅନୁଯାୟୀ,  ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କନଜରଭେଟିଭ ପାର୍ଟିର ପ୍ରାୟ ୧ ଲକ୍ଷ ୬୦ ହଜାର ରୁ ଅଧିକ ସଦସ୍ୟ ଭୋଟ୍ ଦେଇଥିଲେ ।  ଋିଷି ସୁନକଙ୍କ ମୋଟ୍ ୬୦,୩୯୯ ଭୋଟ୍ ମିଳିଥିବା ବେଳେ , ଲିଜ୍ ଟ୍ରସଙ୍କୁ ୮୧,୩୨୬ ଭୋଟ୍ ମିଳିଛି  । ଏହା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବରେ ଲିଜ ଟ୍ରସ ନିର୍ବାଚିତ ହୋଇଛନ୍ତି  ।

Leave A Reply

Your email address will not be published.