Latest Odisha News

BREAKING NEWS

୪୫ ଦିନର ପ୍ରଧାନମନ୍ତ୍ରୀ, କାହିଁକି ଲିଜ୍ ଟ୍ରସ୍ ଦେଲେ ଇସ୍ତଫା ?

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ପ୍ରଭାବଶାଳୀ ରାଷ୍ଟ୍ର ୟୁନାଇଟେଡ୍ କିଙ୍ଗଡମ୍ ବା ୟୁକେ । ଭାରତ କାହିଁକି ବିଶ୍ୱର ପ୍ରାୟ ପ୍ରତିଟି ଦେଶରେ ଆଜି ୟୁକେକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଉ ଚର୍ଚ୍ଚାର କାରଣ ପାଲଟିଛନ୍ତି ଲିଜ୍ ଟ୍ରସ୍ । ବ୍ରିଟେନ୍ ଇତିହାସରେ ସବୁଠୁ ସ୍ୱଳ୍ପ ସମୟ ମାତ୍ର ୪୫ ଦିନ ଧରି ପ୍ରଧାନମନ୍ତ୍ରୀ ରହିବା ପରେ ଲିଜ୍ ଟ୍ରସ୍ ଇସ୍ତଫା ଦେଇଛନ୍ତି । କିନ୍ତୁ ଇସ୍ତଫା ପରେ ମଧ୍ୟ ଗୋଟିଏ ସପ୍ତାହ ଅଥବା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ଯାଏ ଲିଜ୍ ଟ୍ରସ୍ ପଦରେ ରହିବେ ।

କୁହାଯାଉଛି, ଶାସକ କଞ୍ଜରଭେଟିଭ୍ ପାର୍ଟି ଆସନ୍ତା ସପ୍ତାହକ ମଧ୍ୟରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବାଛିବ । ଇସ୍ତଫା ପରେ ଲିଜ୍ ଟ୍ରସ୍ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ସମୟକୁ ଅପେକ୍ଷା କରିଛି । ତେବେ ବ୍ରିଟେନରେ ସବୁଠୁ କମ୍ ସମୟ ଧରି ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି ଲିଜ୍ ଟ୍ରସ୍ । ତାଙ୍କ ପୂର୍ବରୁ ୧୮୨୦ ମସିହାରେ ଗର୍ଜ କେନିଂ ୧୧୯ ଧରି ବ୍ରିଟେନର ପ୍ରଧାନମନ୍ତ୍ରୀ ରହିଥିଲେ ।

ଜୁଲାଇ ୭ରେ ପ୍ରଧାନମନ୍ତ୍ରୀ ପଦରୁ ବୋରିସ ଜନସନ୍ ଇସ୍ତଫା ଦେଇଥିଲେ । ଏହାପରେ ହୋଇଥିବା ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଋଷି ସୁନାକଙ୍କୁ ହରାଇ ଲିଜ୍ ଟ୍ରସ୍ ହୋଇଥିଲେ ପ୍ରଧାନମନ୍ତ୍ରୀ । ମାତ୍ର ଦେଢ଼ ମାସ ପ୍ରଧାନମନ୍ତ୍ରୀ ରହିବା ପରେ ଲିଜ୍ ଟ୍ରସ୍ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି ନପାରି ଦଳ ମଧ୍ୟରେ ତେଜୁଥିବା ଅସନ୍ତୋଷ ପାଇଁ ଇସ୍ତଫା ଦେଇଛନ୍ତି ।

ଆଉ ୟେ ଅସନ୍ତୋଷ ହେଉଛି ଟିକସ ହ୍ରାସର । ନିର୍ବାଚନ ପ୍ରଚାର ବେଳେ ଲିଜ୍ ଟ୍ରସ୍ ଟିକସ ହ୍ରାସ କରିବା ନେଇ ଦାବି କରିଥିଲେ । କିନ୍ତୁ ନିକଟରେ ସଂସଦରେ ଲିଜ୍ ଟ୍ରସ୍ ଆଣିଥିବା ମିନି-ବଜେଟରେ ଟିକସ ହ୍ରାସ ପରିବର୍ତ୍ତେ ବୃଦ୍ଧି ନେଇ ପଦକ୍ଷେପ ନେଇଥିଲେ । ଯାହାକୁ ନେଇ ଦଳରେ ମଧ୍ୟ ଅସନ୍ତୋଷ ବଢ଼ିଥିଲା । ଶେଷରେ ଲିଜ୍ ଟ୍ରସ୍ ୪୫ ଦିନ ପ୍ରଧାନମନ୍ତ୍ରୀ ରହିବା ପରେ ଚାପରେ ଇସ୍ତଫା ଦେଇଛନ୍ତି ।

ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ସମସ୍ତଙ୍କ ନଜର ରହିଛି ସେ ଆଗକୁ କଣ କରିବେ । ଅନ୍ୟପଟେ ଦଳରୁ ଦାବି ହେଉଛି ଏବେ ନିର୍ବାଚନ ନକରି ଦ୍ୱିତୀୟ ଦାବିଦାର ଅର୍ଥାତ୍ ଋଷି ସୁନାକଙ୍କୁ ପ୍ରଧାନମନ୍ତ୍ରୀ କରାଯାଉ । କଞ୍ଜରଭେଟିଭ୍ ପାର୍ଟିର କିଛି ନେତା ମଧ୍ୟ ପେନ୍ନି ମୋର୍ଡାଣ୍ଟଙ୍କୁ ପ୍ରଧାନମନ୍ତ୍ରୀ ଦାବିଦାର କରିଛନ୍ତି । ଲିଜ୍ ଟ୍ରସଙ୍କ ଇସ୍ତପା ପରେ ବ୍ରିଟେନରେ ଏବେ ଏକପ୍ରକାର ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଛି ।

ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ହେବା ବେଳେ ଦେଶର ଆର୍ଥିକ ସ୍ଥିତି ସେତେଟା ସୁସ୍ଥ ନଥିଲା । ଆଉ ଅର୍ଥନୀତିକୁ ମଜଭୁତ୍ କରିବାକୁ ଅଣ୍ଟା ଭିଡ଼ିଥିବା ଲିଜ୍ ଟ୍ରସ୍ ଏକପ୍ରକାର ହାରି ଯାଇ ଇସ୍ତଫା ଦେଇଛନ୍ତି । ଯାହାକି ତାଙ୍କ ନିଜ ଦଳ ଚାହୁଁଥିଲା ।

Leave A Reply

Your email address will not be published.