Latest Odisha News

BREAKING NEWS

ଏଲଜେପିର ସମସ୍ତ କମିଟିକୁ ଭଙ୍ଗ କଲେ ପଶୁପତି

ପାଟନା: ସାଂସଦ ପଶୁପତି କୁମାର ପାରସଙ୍କ ନେତୃତ୍ୱରେ ଏଲଜେପିର ରାଷ୍ଟ୍ରୀୟ, ରାଜ୍ୟ ଏବଂ ବିଭିନ୍ନ କମିଟିକୁ ଭଙ୍ଗ କରାଯାଇଛି । ପଶୁପତି ନିଜର ଅନ୍ତରଙ୍ଗ ୪ ଏମପିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି । ଚୌଧୁରୀ ମେହବୁବ ଅଲୀ କେସର ଓ ବୀଣା ଦେବୀଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପ୍ରିନ୍ସ ରାଜ ଓ ଚନ୍ଦନ ସିଂଙ୍କୁ ରାଷ୍ଟ୍ରୀୟ ମହସଚିବ ଭାବେ ଘୋଷଣା କରିଛନ୍ତି ।

ପଶୁପତି ଏଥିସହ ଘୋଷଣା କରିଛନ୍ତି ଏଲଜେପିର ସମସ୍ତ କମିଙ୍କୁ ଭଙ୍ଗ କରାଯାଇଛି । କିଛି ଦିନ ତଳେ ପଶୁପତି କୁମାର ପାରସ, ଚୌଧୁରୀ ମେହବୁବ ଅଲୀ, ବୀଣା ଦେବୀ, ଚନ୍ଦନ ସିଂ ଓ ପ୍ରିନ୍ସ ରାଜ ମିଳିତ ଭାବେ ଚିରାଗ ପାସୱାନଙ୍କୁ ସମସ୍ତ ପଦରୁ ହଟେଇ ଦେଇଥିଲେ । ଏହା ପରେ ପଶୁପତିଙ୍କୁ ଦଳର ନେତା ଭାବେ ଚୟନ କରାଯାଇଥିଲା ।

Leave A Reply

Your email address will not be published.