Latest Odisha News

BREAKING NEWS

କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ପୁଣି ଚର୍ଚ୍ଚା, ମନ୍ତ୍ରୀ ହେବେ ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ସମ୍ପ୍ରସାରଣକୁ ନେଇ ପୁଣି ଚର୍ଚ୍ଚା । ଦିଲ୍ଲୀରେ ପହଞ୍ଚିଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା । ଦିଲ୍ଲୀରେ ପହଞ୍ଚିବା ପରେ ସେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି । ପୂର୍ବରୁ ୨୦୧୪ରୁ ୨୦୧୬ ଯାଏଁ ସର୍ବାନନ୍ଦ କେନ୍ଦ୍ର କ୍ୟାବିନେଟରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

୨୦୧୬ରେ ଆସାମର ମୁଖ୍ୟମନ୍ତ୍ରୀ ହୋଇଥିଲେ ସର୍ବାନନ୍ଦ ସୋନଓ୍ବାଲ । ରାଜ୍ୟରେ ଗତ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିଥିଲା ବିଜେପି । ମାତ୍ର ସର୍ବାନନ୍ଦଙ୍କୁ ମୁଖ୍ୟମନ୍ତ୍ରୀ କରା ନଯାଇ ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ଦିଲ୍ଲୀ ଗସ୍ତ ପୂର୍ବରୁ ସର୍ବାନନ୍ଦ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.