ଶ୍ରୀହରିକୋଟା:ଚନ୍ଦ୍ରଯାନ-୩କୁ ନେଇ ଆସୁଛି ଗୋଟିଏ ପରେ ଗୋଟିଏ ସଫଳତାର ଖବର । ବିକ୍ରମ ଲାଣ୍ଡର ଚନ୍ଦ୍ରର ଖୁବ ନିକଟତର ହୋଇ ପାରିଛି । ତାର ଅତ୍ୟାଧୁନିକ କ୍ୟାମେରାରେ କଏଦ କରିଛି ଚନ୍ଦ୍ର ପୃଷ୍ଣର ସୁନ୍ଦର ଚିତ୍ର । ଏହି ଫଟୋକୁ ଇସ୍ରା ତାର ଅଫିସିଆଲ ଟୁଇଟରରେ ସେୟାର କରିଛି । ଏହି ଖବର ପରେ ଇସ୍ରୋ ପକ୍ଷରୁ ପୁଣି ଅପଡେଟ ଖବର ପ୍ରକାଶ କରାଯାଇଛି । ଚନ୍ଦ୍ରଯାନ-୩ର ଲାଣ୍ଡର ମୋଡ୍ୟୁଲର ଡି ବୁଷ୍ଟିଂ ପ୍ରକ୍ରିୟା ସଫଳତା ପୂର୍ବକ ପୁରା କରିଛି । ଇସ୍ରୋର ମିଶନ ଚନ୍ଦ୍ରର ଆହୁରି ନିକଟତର ହୋଇଛି । ଦ୍ୱିତୀୟ ଡିବୁଷ୍ଟିଂ ଅପରେଶନ ଅଗଷ୍ଟ ୨୦ ତାରିଖ ପାଖାପାଖି ୨ଟାରେ କରିବ ।
Chandrayaan-3 Mission:
🌖 as captured by the
Lander Position Detection Camera (LPDC)
on August 15, 2023#Chandrayaan_3#Ch3 pic.twitter.com/nGgayU1QUS— ISRO (@isro) August 18, 2023
ଇସ୍ରୋ ଚନ୍ଦ୍ର ମିଶନର ଏହା ଏକ ବଡ ସଫଳତା । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ ଚନ୍ଦ୍ରର ମାଟି ଛୁଇଁବ । ଡି ବୁଷ୍ଟିଂ ହେଉଛି ଅନ୍ତରୀକ୍ଷ ଯାନର ବେଗକୁ କମ କରି ଧୀରେ ଧୀରେ ଆଗକୁ ଯିବା । ଏହାଦ୍ୱାରା ସେ ଏକ ସ୍ଥିର କକ୍ଷ ହାସଲ କରିବା ଲକ୍ଷ୍ୟରେ ଏକ ଜରୁରୀ ପ୍ରକ୍ରିୟା । ଏହି ଅପରେଶନ ପରେ ବିକ୍ରମ ଲାଣ୍ଡର ଚନ୍ଦ୍ରର ଚାରି ପାଖରେ ଅଳ୍ପ ନିମ୍ନ କକ୍ଷରେ ପ୍ରବେଶ କରିବ । ଏହି ପ୍ରକ୍ରିୟା ଲାଣ୍ଡରକୁ ଚନ୍ଦ୍ର ପୃଷ୍ଠ ସ୍ପର୍ଶ କରବା ପାଇଁ ପ୍ରସ୍ତୁତ କରିବ । ବିକ୍ରମ ଲାଣ୍ଡରର ନାମ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମର ଜନକ ବିକ୍ରମ ସରାଭାଇଙ୍କ ନାମରେ ରଖାଯାଇଛି ।
Chandrayaan-3 Mission:
The Lander Module (LM) health is normal.LM successfully underwent a deboosting operation that reduced its orbit to 113 km x 157 km.
The second deboosting operation is scheduled for August 20, 2023, around 0200 Hrs. IST #Chandrayaan_3#Ch3 pic.twitter.com/0PVxV8Gw5z
— ISRO (@isro) August 18, 2023
Comments are closed.